Below header

ଭୁଲରେ ବି କରନ୍ତୁ ନାହିଁ ଏହି ୨ ଭୁଲ, ନଚେତ ଦୁଇ ଗୁଣା ବଢ଼ିଯିବ କରୋନା ହେବାର ଆଶଙ୍କା

କରୋନା ମହାମାରୀ ଏବେ ବିଶ୍ୱରେ ନିଜ କାୟା ବିସ୍ତାର କରିବାରେ ଲାଗିଛି । କରୋନାରୁ ରକ୍ଷା ପାଇବା ବିଭିନ୍ନ ଦେଶର ଡାକ୍ତର ବା ବିଶେଷଜ୍ଞ ମାନେ ନିଜ ସଫାସୁତରା ରହିବାକୁ ପରାମର୍ଶ ଦେଉଛନ୍ତି । ବାହାରକୁ ବାହାରିବା ସମୟରେ ମାସ୍କ ଲଗାଇବା , ହାତ ନିୟମିତ ଭାବେ ଧୋଇବା, ସାନିଟାଇଜର ବ୍ୟବହାର କରିବା ପାଇଁ ପରାମର୍ଶ ଦିଆଯାଉଛି । କିନ୍ତୁ ଅଜାଣତରେ ଆପଣ ଏମିତି କିଛି ଭୁଲ କରି ବସୁଛନ୍ତି ଯାହା ଆପଣଙ୍କ କରୋନା ସଂକ୍ରମଣର ଆଶଙ୍କାକୁ ବଢ଼ାଇ ଦେଉଛି । ଜାଣି ରଖନ୍ତୁ କଣ କଣ ସେହି ସବୁ ଭୁଲ:

corona

୧. ଲମ୍ବା ଦାଢ଼ି ଥିବା ଲୋକେ:

ଆଜିକାଲିର ଯୁବକଙ୍କ ଠାରେ ବିୟର୍ଡ଼ ସେପ ଦାଢ଼ି ରଖିବାର କ୍ରେଜ ବଢ଼ିବାରେ ଲାଗିଛି । କିନ୍ତୁ ଜାଣନ୍ତିକି ଆପଣଙ୍କ ଏହି କ୍ରେଜ କରୋନା ସଂକ୍ରମିତ କରିପାରେ ବୋଲି | ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନ୍ଶନ ମଧ୍ୟ ଏହି ରିପୋର୍ଟ ଦେଇଛି । ସିଡିସି ଅନୁଯାୟୀ, କରୋନା ଭାଇରସରୁ ବଂଚିବା ପାଇଁ ହ୍ୱାଇଜିଂନ ମେଣ୍ଟେନ କରିବା ନିହାତି ଜରୁରୀ । ଦାଢ଼ି ବଢିବା କାରଣରୁ ମାସ୍କ ଲଗାଇଲେ ମଧ୍ୟ ମୁହଁ ଭଲଭାବେ ଢାଙ୍କି ହୋଇନଥାଏ । ତେଣୁ ଏହି ମହାମାରୀ ସମୟରେ କ୍ଲିନ ସେଭ ରଖିବାକୁ ଚେଷ୍ଟା କରନ୍ତୁ ।

corona

୨. ବଡ ନଖ ରଖିବା:

ରିସର୍ଚ ଅନୁଯାୟୀ, ଲମ୍ବା ନଖ ବି ଆପଣଙ୍କ ସ୍ୱାସ୍ଥ୍ୟ ପ୍ରତି କ୍ଷତିକାରକ ହୋଇପାରେ । ଯାହାର ନଖ ଚୋବାଇବାର ଅଭ୍ୟାସ ଥିବ, ସେମାନେ ଅତି ଶୀଘ୍ର ଏହି ଅଭ୍ୟାସକୁ ବଦଳାଇ ଦିଅନ୍ତୁ । ଲମ୍ବା ନଖ ଭିତରେ ଅନେକ ପ୍ରକାର ବ୍ୟାକ୍ଟେରିଆ, ଭାଇରସ, ମଇଳା ମୁହଁ ଜରିଆରେ ଶରୀର ଭିତରେ ପ୍ରବେଶ କରିଥାଏ । ଏହି ଅଭ୍ୟାସ ରହିଲେ କରୋନା କାହିଁକି ଆପଣଙ୍କୁ ଅନ୍ୟ ରୋଗ ବି ଗ୍ରାସ କରିପାରେ ।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.