Below header

କରୋନା ସଂକ୍ରମିତ ମହିଳା ଜନ୍ମଦେଲେ ସୁସ୍ଥ ପିଲା, ସ୍ତନ୍ୟପାନକୁ ନେଇ ଚିନ୍ତାରେ ଡାକ୍ତର୍

ସାରା ଦୁନିଆରେ ବଢ଼ି ଚାଲିଥିବା କରୋନା ଭାଇରସ୍ ସଂକ୍ରମଣ ମଧ୍ୟରେ ଦିଲ୍ଲୀରୁ ଏକ ଭଲ ଖବର ସାମ୍ନାକୁ ଆସିଛି । କରୋନା ଭାଇରସରେ ସଂକ୍ରମିତ ଜଣେ ମହିଳା ଏମ୍ସ ହସ୍ପିଟାଲରେ ଏକ ସୁସ୍ଥ ପିଲାକୁ ଜନ୍ମ ଦେଇଛନ୍ତି ।

ସୂଚନା ଅନୁଯାୟୀ ଜନ୍ମ ଦେଇଥିବା ମହିଳା ଜଣଙ୍କ ଗତ ସପ୍ତାହରେ କରୋନାରେ ସଂକ୍ରମିତ ବୋଲି ଜଣାପଡ଼ିଥିଲା । ତେବେ ମହିଳା ଜଣକ ତାଙ୍କ ପତିଙ୍କ ଠାରୁ ଏହି ରୋଗରେ ସଂକ୍ରମିତ ହୋଇଥିଲେ । ଖବର ମୁତାବକ ଉକ୍ତ ମହିଳାଙ୍କ ପତି ମଧ୍ଯ ଏମ୍ସରେ ଜଣେ ଡାକ୍ତର୍ ଭାବେ କାମ କରନ୍ତି ।

ତେବେ ଦିଲ୍ଲୀରେ ଏଭଳି ମାମଲା ପ୍ରଥମଥର ପାଇଁ ସାମ୍ନାକୁ ଆସିଛି ବୋଲି ଡାକ୍ତର୍ କହିଥିଲେ । ଶିଶୁଟିକୁ ବର୍ତ୍ତମାନ ଅବଜରଭେସନରେ ରଖାଯାଇଛି । ଏପର୍ଯ୍ୟନ୍ତ ତା ଠାରେ କୌଣସି ବି ଲକ୍ଷଣ ଦେଖାଯାଇନାହିଁ ଏବଂ ପିଲାଟି ଏବେ ସମ୍ପୂର୍ଣ୍ଣ ସୁସ୍ଥ ଅଛି । ବର୍ତ୍ତମାନ୍ ପିଲାଟି ତା ମା ପାଖରେ ଅଛି କାରଣ ତାକୁ ସ୍ତନ୍ୟପାନର ଆବଶ୍ୟକତା ରହିଛି । ତେବେ ଅନ୍ୟ ଜଣେ ଡାକ୍ତରଙ୍କ କହିବା ଅନୁଯାୟୀ ସ୍ତନ୍ଯପାନ ଦ୍ଵାରା ମଧ୍ଯ ଏହି ଭାଇରସ୍ ବ୍ୟାପିଥାଏ ସେ ନେଇ କୌଣସି ପ୍ରମାଣ ମିଳିନାହିଁ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.