ଆଜିଠୁ ଲକ୍‌ଡାଉନ୍‌ ନିୟମ ଓ ସାମାଜିକ ଦୂରତ୍ୱ ଉପରେ ବଢ଼ିଲା କଟକଣା, ବାଇକ୍‌ କିମ୍ବା କାର ଧରି ମାର୍କେଟିଂକୁ ଗଲେ ଦୃଢ କାର୍ଯ୍ୟାନୁଷ୍ଠାନ

ଭୁବନେଶ୍ୱର: ସାମାଜିକ ଦୂରତ୍ୱ ନମାନିଲେ ମିଳିବ ମାଡ଼ ! ନିୟମ ଭାଙ୍ଗିଲେ କଠୋର ହେବ ପୋଲିସ । ଦୋକାନ ଆଗରେ ଭିଡ଼ ଜମାଇଲେ ଦଣ୍ଡ ମିଳିବ । ଆଜିଠାରୁ ଲକ୍‌ଡାଉନ୍‌ ନିୟମ ଓ ସାମାଜିକ ଦୂରତ୍ୱକୁ କଡ଼ାକଡ଼ି କରାଯିବ । ଭୁବନେଶ୍ୱରରେ ବି ନିୟମକୁ କଡ଼ାକଡ଼ି କରାଯିବ । ପୋଲିସ କମିଶନର କହିଛନ୍ତି, ପନିପରିବା, ଗ୍ରୋସରୀ କିମ୍ବା ମେଡିସନ୍‌ କିଣିବାକୁ ଗାଡ଼ି ଧରି ଯାଆନ୍ତୁ ନାହିଁ । ବାଇକ୍‌ କିମ୍ବା କାର ଧରି ମାର୍କେଟିଂକୁ ଗଲେ କାର୍ଯ୍ୟାନୁଷ୍ଠାନ ହେବ। ପାଖରେ ପାସ୍‌ ଥାଉ କି ନଥାଉ, ଆପଣ ଗାଡି ଧରି ମାର୍କେଟ୍‌ ଗଲେ ତାହା ସିଜ୍‌ ହେବ। ତେଣୁ ଚାଲିଚାଲି ମାର୍କେଟିଂ କରିବାକୁ କମିଶନରେଟ ପୋଲିସ ତରଫରୁ ଅନୁରୋଧ କରାଯାଇଛି ।

ଦୋକାନୀ ଗ୍ରାହକଙ୍କୁ ସାମାଜିକ ଦୂରତ୍ୱ ନିୟମ ପାଳନ କରିବାକୁ କହିବେ । ଦୋକାନ ଆଗରେ ଜଣେ ପିଲା ଏନେଇ ଗ୍ରାହକଙ୍କୁ ସଚେତନ କରାଇବେ । ଗହଳି କଲେ ଦୋକାନୀଙ୍କ ଟ୍ରେଡ୍‌ ଲାଇସେନ୍ସ ବାତିଲ ହେବ । ଦୋକାନ ବନ୍ଦ କରାଯିବ ସହ ଅପରାଧିକ ମାମଲା ରୁଜୁ କରାଯିବ । ବିଏମ୍‌ସି ବି ଏହା ଉପରେ ନଜର ରଖିବ । ସାମାଜିକ ଦୂରତ୍ୱକୁ ଗୁରୁତ୍ୱ ଦେବାକୁ କହିଛନ୍ତି ମୁଖ୍ୟ ଶାସନ ସଚିବ ।

paribaଅପରପକ୍ଷେ ରାଜ୍ୟରେ ବଢୁଛି କରୋନା ସଂକ୍ରମିତଙ୍କ ସଂଖ୍ୟା । ଗୋଟିଏ ଦିନରେ ଭୁବନେଶ୍ୱରରେ ୧୮ ଜଣଙ୍କ ରିପୋର୍ଟ ଆସିଛି ପଜିଟିଭ୍‌ । ଗତକାଲି ଆଉ ୧୬ ଜଣ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିଲେ । ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ପହଞ୍ଚିଛି ୩୯ରେ । ଗତ ୩ ଦିନରେ ଭୁବନେଶ୍ୱରରେ ବୃଦ୍ଧି ପାଇଛି ସଂକ୍ରମିତଙ୍କ ସଂଖ୍ୟା । ଏହି ଘଟଣା ପରେ ରାଜ୍ୟ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଲୋକଙ୍କୁ ଘରୁ ନବାହାରିବାକୁ କୁହାଯାଇଛି ।

bbsr ଚିହ୍ନଟଙ୍କ ଭିତରୁ ବମିଖାଲରୁ ୧୫ ଜଣ । ଫଳରେ ବମିଖାଲ ଅଞ୍ଚଳରେ ବଳବତ୍ତର ରହିବ କଣ୍ଟେନମେଣ୍ଟ । ତାଙ୍କ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ଆଇସୋଲେଟ୍‌ କରାଯିବ । ସମସ୍ତଙ୍କ ନମୁନା ପରୀକ୍ଷା କରାଯିବ । ଜନସାଧାରଣଙ୍କୁ ବିଚଳତି ନହୋଇ ଘରେ ରହିବାକୁ ପରାମର୍ଶ ଦିଆଯାଇଛି । ଏପର୍ଯ୍ୟନ୍ତ ଭୁବନେଶ୍ୱରରେ ସର୍ବାଧିକ ୩୨ ଜଣ କରୋନାରେ ଆକ୍ରାନ୍ତ ହେଲେଣି । ୩୦ ଜଣ ଚିକିତ୍ସାଧୀନ ଥିବା ବେଳେ ୨ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.