ଯାଜପୁର ଜିଲ୍ଲାର ଆକ୍ରନ୍ତଙ୍କ ସହ ଲିଙ୍କ ଯୋଗୁଁ କଣ୍ଟେନମେଣ୍ଟ ଜୋନ୍‌ ଭାବେ ଘୋଷଣା କରାଗଲା ନିଶ୍ଚିନ୍ତକୋଇଲି ଓ ସାଲେପୁର ତହସିଲର ଏହି ସବୁ ୱାର୍ଡ

ଯାଜପୁର : ଯାଜପୁର ଜିଲ୍ଲାର ଆକ୍ରନ୍ତଙ୍କ ସହ ଲିଙ୍କ ଯୋଗୁଁ କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି ତହସିଲର ଜୟରାମପୁର ପଞ୍ଚାୟତର ୱାର୍ଡ ନମ୍ବର ୧ ଏବଂ ସାଲେପୁର ତହସିଲର ମିର୍ଜାପୁର ପଞ୍ଚାୟତର ୱାର୍ଡ ନମ୍ବର ୧୨ ଓ ୧୩କୁ କଣ୍ଟେନମେଣ୍ଟ ଜୋନ୍‌ ଭାବେ ଘୋଷଣା କରାଯାଇଛି। ଉତ୍ତରରେ କାନପୁର ଗାଁର ଦୋରାଗାନି ବ୍ରିଜ୍‌ରୁ ଦକ୍ଷିଣରେ ବେହେରା ସାହି ଛକ, ପୂର୍ବରୁ ଜୟରାମପୁରର ମଶାଣି ଛକରୁ ପଶ୍ଚିମରେ ବାରିକ ସାହି ଛକ ପର୍ଯ୍ୟନ୍ତ କଣ୍ଟେନମେଣ୍ଟ ଜୋନ୍‌ ଭାବେ ଘୋଷଣା କରାଯାଇଛି। ଯାଜପୁରରୁ ଚିହ୍ନଟ ହୋଇଥିବା ପଜିଟିଭ୍‌ ବ୍ୟକ୍ତି ଜଣକ ମାର୍ଚ୍ଚ ୨୧ ତାରିଖରେ ଜୟରାମପୁର ଓ କାନପୁର ଗାଁକୁ ଯାଇଥିଲେ। ତେଣୁ ଏହି ଗାଁକୁ କଣ୍ଟେନମେଣ୍ଟ ଜୋନ୍‌ ଭାବେ ଘୋଷଣା କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.