ରାଜ୍ଯରେ କରୋନାର ଲମ୍ବା ଲମ୍ଫ: ଦିନକରେ ୧ ହଜାର ୨୧୬ ପଜିଟିଭ୍ ଚିହ୍ନଟ, ଖୋର୍ଦ୍ଧା ପୁଣି ଆଗରେ

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ଯରେ କରୋନାର ଲମ୍ବା ଲମ୍ଫ। ରାଜ୍ୟରେ ଗତ ୨୪ଘଣ୍ଟାରେ ୧ହଜାର ୨୧୬ କରୋନା ପଜିଟିଭ ଚିହ୍ନଟ। ଏମାନଙ୍କ ଭିତରୁ ଖୋର୍ଦ୍ଧାରେ ସର୍ବାଧିକ ୪୫୬ଜଣ ସଂକ୍ରମିତ ଥିବାବେଳେ, ସୁନ୍ଦରଗଡ଼ରେ ୧୬୬ ପଜିଟିଭ ଚିହ୍ନଟ ହୋଇଛନ୍ତି। ସେହିପରି କଟକରୁ ୮୦ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ରାଜ୍ଯରେ ବର୍ତ୍ତମାନ ଆକ୍ଟିଭ କେସ ରହିଛି ୩ହଜାର ୯୮୧।