ମାଛ ଜାଲରେ ପଡ଼ିଲା ବିରାଟକାୟ କୁମ୍ଭୀର

ମାଲକାନଗିରି(କେନ୍ଯୁଜ୍): ମାଛ ଜାଲରେ ପଡ଼ିଲା କୁମ୍ଭୀର । ମାଲକାନଗିରି ଜିଲ୍ଲା ସଦାଶିବପୁର ଗାଁରେ ଦେଖିବାକୁ ମିଳିଛି ଏଭଳି ଦୃଶ୍ୟ । ଗାଁ ପୋଖରୀରେ ଗ୍ରାମବାସୀ ମାଛ ଧରୁଥିବା ସମୟରେ ମାଛ ଜାଲରେ ମାଛ ବଦଳରେ ବିରାଟ କାୟ କୁମ୍ଭୀର ପଡ଼ିଥିଲା ।

ମତ୍ସ୍ୟଜୀବୀ ବିରାଟକାୟ ମାଛ ଭାବି ଉଦ୍ଧାର କରିବା ପରେ କୁମ୍ଭୀର ଜାଲରେ ପଡିଥିବା ଦେଖି ବନବିଭାଗକୁ ଖବର ଦେଇଥିଲେ । ପରେ ବାଲିମେଳା ରେଞ୍ଜ ବନବିଭାଗ ତୁରନ୍ତ ପହଞ୍ଚି ଉଦ୍ଧାର କୁମ୍ଭୀରକୁ ଚିକିତ୍ସା କରିଛନ୍ତି । ଉଦ୍ଧାର କୁମ୍ଭୀରକୁ ୩ରୁ ୪ ଦିନ ନଜର ରଖିବା ସହ ସୁସ୍ଥ ହେବା ପରେ ଅନ୍ୟତ୍ର ଛାଡିବାକୁ ନିଷ୍ପତ୍ତି ନେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.