Below header

ପାନ୍ କାର୍ଡଧାରୀଙ୍କ ପାଇଁ ବଡ଼ ଖବର; ମାର୍ଚ୍ଚ ୩୧ ସୁଦ୍ଧା ସାରିଦିଅନ୍ତୁ ଏହି ଗୁରୁତ୍ୱପୂର୍ଣ୍ଣ କାମ, ନଚେତ ଗଣିବାକୁ ପଡିବ ୧୦ ହଜାର ଜରିମାନା

ପାନ୍ କାର୍ଡଧାରୀଙ୍କ ପାଇଁ ଏକ ବଡ଼ ଖବର। ଯଦି ଆପଣ ମଧ୍ୟ ଏକ ପାନ୍ କାର୍ଡ ଧାରକ, ତେବେ ତୁରନ୍ତ ଏହାକୁ ଆଧାର କାର୍ଡ ସହିତ ଲିଙ୍କ୍ କରନ୍ତୁ । ଯଦି ତାହା ଆପଣ ନ କରନ୍ତି ତେବେ ଆପଣଙ୍କୁ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା ଦେବାକୁ ପଡିବ । ଏହି କାର୍ଯ୍ୟ କରିବାର ଶେଷ ତାରିଖ ହେଉଛି ୩୧ ମାର୍ଚ୍ଚ ।

ସୂଚନା ଅନୁଯାୟୀ ପ୍ୟାନ୍‌ କାର୍ଡ ଧାରକଙ୍କୁ ୩୧ ମାର୍ଚ୍ଚ ୨୦୨୨ ସୁଦ୍ଧା ନିଜର ପରମାନେଣ୍ଟ ଆକାଉଣ୍ଚ ନମ୍ୱର (ପ୍ୟାନ୍‌)କୁ ନିଜର ଆଧାର କାର୍ଡ ନମ୍ୱର ସହ ଯୋଡ଼ିବାକୁ କୁହାଯାଇଛି । ଯଦି ଏହି ଦିନ ସୁଦ୍ଧା ପ୍ୟାନ୍‌ କାର୍ଡ ଆଧାର ସହ ଯୋଡ଼ି ନହୋଇଛି ତ ଏହା ଅମାନ୍ୟ ବା ଇନଭାଲିଡ ହୋଇଯିବ। ଏହାସହ ଏହାପରେ ଆପଣଙ୍କୁ ପ୍ୟାନ୍‌ ଆଧାରକୁ ଯୋଡ଼ିବା ପାଇଁ ୧,୦୦୦ଟଙ୍କାର ଫି ମଧ୍ୟ ଲାଗିବ ।

କେବଳ ସେତିକି ନୁହେଁ, ପାନ୍ କାର୍ଡଧାରୀଙ୍କ ସମସ୍ୟା ଏଠାରେ ଶେଷ ହେବ ନାହିଁ, କାରଣ ବ୍ୟକ୍ତି ଜଣକ ମ୍ୟୁଚୁଆଲ୍ ଫଣ୍ଡ, ଷ୍ଟକ୍, ବ୍ୟାଙ୍କ ଆକାଉଣ୍ଟ ଖୋଲିବା କାର୍ଯ୍ୟ କରିପାରିବେ ନାହିଁ, କାରଣ ଏହି ସବୁ ପାଇଁ ପ୍ୟାନ କାର୍ଡର ଭାଲିଡ୍‌ ହେବା ଜରୁରୀ ହୋଇଥାଏ। ସର୍ବ ମୋଟରେ ଆଧାର କାର୍ଡ ଓ ପ୍ୟାନ କାର୍ଡକୁ ଲିଙ୍କ୍‌ ନକଲେ ଯଦି ପ୍ୟାନ୍‌ କାର୍ଡ ଲକ୍‌ ହୋଇଯାଏ ତ ଆପଣ ଏମିତି ସୁବିଧାର ଲାଭ ନେଇ ପାରିବେ ନାହିଁ , ଯେଉଁଠି ପ୍ୟାନ୍‌ କାର୍ଡ ଅନିବାର୍ଯ୍ୟ ଅଛି ।

ଯଦି କୌଣସି ବ୍ୟକ୍ତି ପ୍ୟାନ୍‌ କାର୍ଡ ତିଆରି କରେ ଯାହାକି ଏବେ ବୈଧ ନାହିଁ , ଆୟକର ଅଧିନିୟମ ୧୯୬୧ର ଧାରା ୨୭୨ଏନ୍‌ ଅନୁସାରେ ନିର୍ଦ୍ଧାରଣ ଅଧିକାରୀ ନିର୍ଦ୍ଦେଶ ଦେଇ ପାରନ୍ତି କି ଏମିତି ବ୍ୟକ୍ତି ଦଣ୍ଡ ସ୍ୱରୂପ ୧୦,୦୦୦ଟଙ୍କା ଦେବାକୁ ହେବ । ସାମାନ୍ୟ ଅସାବଧାନତା ହେତୁ ଆପଣଙ୍କୁ ବହୁମୂଲ୍ୟ ଜରିମାନା ଦେବାକୁ ପଡିପାରେ ତେଣୁ ସମୟ ଥାଉ ଥାଉ ଏହାକୁ ଏଡାଇବା ପାଇଁ, ମାର୍ଚ୍ଚ ୩୧ କୁ ଅପେକ୍ଷା କରିବା ପରିବର୍ତ୍ତେ, ଆଜି ପାନ୍-ଆଧାରକୁ ଲିଙ୍କ୍ କରିଦେବା ଅପାଣଙ୍କ ପାଇଁ ଲାଭଦାୟକ ହେବ ।

ଆୟକର ବିଭାଗର ପୋର୍ଟାଲ୍ incometax.gov.in/କୁ ଯାଇ ଆପଣ ଏହାକୁ ଯୋଡିପାରିବେ । ଏଠାରେ ଆପଣ ରିଜେଷ୍ଟେସନ କରନ୍ତୁ । ଏଥିପାଇଁ, ଆପଣଙ୍କର PAN ନମ୍ବରକୁ ୟୁଜର୍ ID ଭାବରେ ବ୍ୟବହାର କରିବାକୁ ପଡିବ । ଆପଣଙ୍କର ୟୁଜର୍ ID, ପାସୱାର୍ଡ ଏବଂ ଜନ୍ମ ତାରିଖ ସହିତ ଲଗଇନ୍ ରେ ଏକ ନୂତନ ପେଜ ଖୋଲନ୍ତୁ | ଏଠାରେ ଆପଣ ଲିଙ୍କ୍ ଆଧାରର ବିକଳ୍ପ ଦେଖିବେ । ଏହାକୁ କ୍ଲିକ୍ କରିବା ପରେ ଆପଣଙ୍କୁ ଆଧାର ଏବଂ ପାନ୍ କାର୍ଡ ବିବରଣୀ ପାଇଁ ପଚରାଯିବ । ଏହା ବ୍ୟତୀତ, ଆପଣ SMS ସୁବିଧା ବ୍ୟବହାର କରି ଏହି ଜିନିଷଗୁଡ଼ିକୁ ମଧ୍ୟ ସହଜରେ କରିପାରିବେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.