ସୋନୁ ନିଗମ ଏବଂ ତାଙ୍କ ପରିବାରକୁ କରୋନା, ପୁଅକୁ ଦେଖାକରିବା ପାଇଁ ଦୁବାଇ ଯାଇଥିଲେ ସୋନୁ

ଫିଲ୍ମ ଇଣ୍ଡଷ୍ଟ୍ରୀ ଠାରୁ ଆରମ୍ଭ କରି ଟିଭି ଜଗତ ପର୍ଯ୍ୟନ୍ତ ସମସ୍ତେ ଏବେ କରୋନା କବଳରେ ରହିଛନ୍ତି। ଆଉ ଏହି କରୋନାର ନୂଆ ଭାରିଏଣ୍ଟ ଦୁନିଆରେ କାୟା ବିସ୍ତାର କରିଛି।ପୂର୍ବରୁ ଅନେକ ଫିଲ୍ମ ସେଲିବ୍ରିଟି ଠାରୁ ଆରମ୍ଭ ଟିଭି କଳାକାର କରୋନା ପଜିଟିଭ ହୋଇଥିବା ବେଳେ ଏବେ ବଲିଉଡର ଲୋକପ୍ରିୟ ଗାୟକ ସୋନୁ ନିଗମ ଓ ତାଙ୍କ ସମ୍ପୂର୍ଣ୍ଣ ପରିବାର କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି। ସୋନୁ ନିଗମଙ୍କ ସହ ତାଙ୍କ ପତ୍ନୀ ମଧୁରିମା ନିଗମ୍ ଏବଂ ପୁଅ ନିଭାନ୍ ନିଗମ ମଧ୍ୟ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି।
ବର୍ତ୍ତମାନ ସୋନୁ ନିଗମ୍ ଦୁବାଇରେ କ୍ୱାରେଣ୍ଟାଇନରେ ରହିଛନ୍ତି। ସେ ତାଙ୍କ ଇନଷ୍ଟାଗ୍ରାମରେ ଏକ ଭିଡିଓ ସେୟାର କରି କରୋନା ସଂକ୍ରମିତ ହୋଇଥିବା ନେଇ ସୂଚନା ଦେଇଛନ୍ତି। ସେ ଏହି ଭିଡିଓରେ କହିଛନ୍ତି ଯେ, ସେ ଏବେ କରୋନା ସଂକ୍ରମିତ। ସେ ଭୁବନେଶ୍ଵରରେ ଗୀତ ଗାଇବା ପାଇଁ ଏବଂ ସୁପର ସିଙ୍ଗର ସିଜିନ ୩ ର ସୁଟିଂ କରିବା ପାଇଁ ଭାରତ ଆସିଥାନ୍ତେ। ଏଥିପାଇଁ ସେ କରୋନା ଟେଷ୍ଟ କରିଥିଲେ। ଏହି ଟେଷ୍ଟରେ ତାଙ୍କ ରିପୋର୍ଟ ପଜିଟିଭ୍ ଆସିଛି। ଏହାପରେ ସେ ପୁଣି ଥରେ ଟେଷ୍ଟ କରିଥିଲେ ଏବଂ ପୁଣି ଥରେ ତାଙ୍କ ରିପୋର୍ଟ ପଜିଟିଭ୍ ଆସିଛି।
View this post on Instagram
ସୋନୁ ପୁଣି କହିଛନ୍ତି ଯେ, କରୋନା ସହ ରହିବା ପାଇଁ ଲୋକମାନଙ୍କୁ ଶିକ୍ଷା କରିବା ଉଚିତ୍। ମୁଁ କରୋନା ସଂକ୍ରମିତ ହୋଇଛି ହେଲେ ମୁଁ ମରିବି ନାହିଁ। ମୋ ଗଳା ମଧ୍ୟ ଠିକ୍ ଅଛି। ହେଲେ ମୋ ପାଇଁ ଯେଉଁ ଲୋକମାନଙ୍କର କ୍ଷତି ହୋଇଛି ସେମାନଙ୍କ ପାଇଁ ମୁଁ ଦୁଃଖିତ। ଏହା ସହ କରୋନା ଭାଇରସ୍ ହେତୁ ପୁଣି କାମ ବନ୍ଦ ହେଉଥିବାରୁ ସେ ଦୁଃଖ ପ୍ରକାଶ କରିଛନ୍ତି। ନିଜ ପୁଅକୁ ଦେଢ ମାସ ହେଲା ଦେଖିନଥିଲେ ସୋନୁ। ତେଣୁ ଦେଖାକରିବା ପାଇଁ ଦୁବାଇ ଆସିଥିଲେ। କିନ୍ତୁ ଏବେ ସେ ଅଧିକ ଟାଇମ ତାଙ୍କ ସହିତ ଅତିବାହିତ କରିପାରିବେ ନାହିଁ।