ଦେଶର ମହିଳାଙ୍କୁ ସରକାର ଦେବେ ପୂରା ୬,୦୦୦ ଟଙ୍କା! ୩ଟି କିସ୍ତିରେ ମିଳିବ ପଇସା; ଫଟାଫଟ୍ କରି ନିଅନ୍ତୁ ଏହି କାମ

ଦେଶରେ କେନ୍ଦ୍ର ସରକାରଙ୍କ ଦ୍ୱାରା ଅନେକ ସ୍ୱତନ୍ତ୍ର ଯୋଜନା ପରିଚାଳିତ ହେଉଛି, ଯାହା ଅଧୀନରେ ଲୋକଙ୍କୁ ଆର୍ଥିକ ସହାୟତା ଦିଆଯାଉଛି। ମୋଦି ସରକାର ଦେଶର ମହିଳା, ଗରିବ, କୃଷକ ଆଦି ସମସ୍ତ ବର୍ଗଙ୍କ ପାଇଁ ଅଲଗା ଅଲଗା ଯୋଜନା କାର୍ଯ୍ୟକାରୀ କରୁଛନ୍ତି, ଯେଉଁଥିରେ ସେମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଉଛି। ଆଜି ଆମେ ଆପଣଙ୍କୁ କେନ୍ଦ୍ର ସରକାରଙ୍କର ଏମିତି ଏକ ଯୋଜନା ବିଷୟରେ କହିବୁ, ଯାହା ଅଧୀନରେ ମହିଳାମାନଙ୍କ ଆକାଉଣ୍ଟକୁ ୬,୦୦୦ ଟଙ୍କା ଟ୍ରାନ୍ସଫର କରାଯାଉଛି।

ମହିଳାମାନଙ୍କୁ ଦିଆଯାଉଛି ୬,୦୦୦ ଟଙ୍କା

କେନ୍ଦ୍ର ସରକାରଙ୍କ ଏହି ଯୋଜନାର ଲାଭ କେବଳ ମହିଳାମାନଙ୍କୁ ଦିଆଯାଉଛି। ଏହି ଯୋଜନାର ନାମ ହେଉଛି ପ୍ରଧାନମନ୍ତ୍ରୀ ମାତୃତ୍ୱ ବନ୍ଦନା ଯୋଜନା (PMMVY ସ୍କିମ୍), ଯାହା ଅଧୀନରେ ସରକାର ମହିଳାମାନଙ୍କୁ ପୂରା ୬,୦୦୦ ଟଙ୍କା ପ୍ରଦାନ କରୁଛନ୍ତି। ଆସନ୍ତୁ ଜାଣିବା ଏହି ସ୍କିମ୍ ବିଷୟରେ।

୨୦୧୭ ମସିହାରେ ଆରମ୍ଭ ହୋଇଥିଲା ଏହି ଯୋଜନା

ପ୍ରଧାନମନ୍ତ୍ରୀ ମାତୃତ୍ୱ ବନ୍ଦନା ଯୋଜନାରେ ପ୍ରଥମ ଥର ଗର୍ଭଧାରଣ କରୁଥିବା ମହିଳା ଏବଂ ସ୍ତନ୍ୟପାନ କରାଉଥିବା ମହିଳାମାନଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯାଇଥାଏ। ଏହି ଯୋଜନା ୧ ଜାନୁଆରୀ ୨୦୧୭ରେ ଆରମ୍ଭ ହୋଇଥିଲା। ଏହାକୁ ପ୍ରଧାନମନ୍ତ୍ରୀ ଗର୍ଭାବସ୍ଥା ସହାୟତା ଯୋଜନା ନାମରେ ମଧ୍ୟ ଜଣାଯାଇଥାଏ।

କିଏ କରିପାରିବ ଆବେଦନ: ଏହି ଯୋଜନାରେ ଗର୍ଭବତୀ ମହିଳାମାନେ ଆବେଦନ କରିପାରିବେ।

କେଉଁ କେଉଁ ଡକ୍ୟୁମେଣ୍ଟ୍ ଆବଶ୍ୟକ ହେବ

-ମାଆ, ବାପାଙ୍କ ଆଧାର କାର୍ଡ

-ମାଆ, ବାପାଙ୍କ ପରିଚୟ ପତ୍ର

-ଶିଶୁର ଜନ୍ମ ପ୍ରମାଣପତ୍ର

-ବ୍ୟାଙ୍କ ଆକାଉଣ୍ଟ ପାସ୍ ବୁକ୍

କେମିତି ମିଳିଥାଏ ଟଙ୍କା

ଏହି ଯୋଜନାର ଉଦ୍ଦେଶ୍ୟ ହେଉଛି ଉଭୟ ମା’ ଏବଂ ଶିଶୁର ଯତ୍ନ ନେବା, ଯେଉଁଥିପାଇଁ ସରକାର ସେମାନଙ୍କୁ ୬,୦୦୦ ଟଙ୍କା ଆର୍ଥିକ ସହାୟତା ପ୍ରଦାନ କରୁଛନ୍ତି। ଏହି ପଇସାକୁ ସରକାର ୩ଟି ପର୍ଯ୍ୟାୟରେ ଦେଉଛନ୍ତି। ପ୍ରଥମ ପର୍ଯ୍ୟାୟରେ ୧୦୦୦ ଟଙ୍କା, ଦ୍ୱିତୀୟ ପର୍ଯ୍ୟାୟରେ ୨୦୦୦ ଟଙ୍କା ଏବଂ ତୃତୀୟ ପର୍ଯ୍ୟାୟରେ ୨୦୦୦ ଟଙ୍କା ଗର୍ଭବତୀ ମହିଳାଙ୍କୁ ଦିଆଯାଇଥାଏ। ଆଉ ଶେଷ ୧୦୦୦ ଟଙ୍କା ସରକାର ଶିଶୁର ଜନ୍ମ ସମୟରେ ହସ୍ପିଟାଲରେ ଦେଇ ଥାଆନ୍ତି।

ଅଫିସିଆଲ୍ ୱେବସାଇଟ୍ ପରିଦର୍ଶନ କରନ୍ତୁ

ଏହି ଯୋଜନା ବିଷୟରେ ଅଧିକ ସୂଚନା ପାଇଁ ଆପଣ ଅଫିସିଆଲ୍ ୱେବସାଇଟ୍ https://wcd.nic.in/schemes/pradhan-mantri-matru-vandana-yojana ପରିଦର୍ଶନ କରି ପାରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.