ବିରାଟ କୋହଲିଙ୍କ ଅନ୍ତରଙ୍ଗ ବନ୍ଧୁ କରୋନା ପଜିଟିଭ ଚିହ୍ନଟ, ଏବେ ସଂପୂର୍ଣ୍ଣ ଟିମ୍ର ହେବ କରୋନା ଟେଷ୍ଟ

ବିରାଟ କୋହଲିଙ୍କ ସହିତ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ପାଇଁ ଆଇପିଏଲ ଖେଳିଥିବା ଅଷ୍ଟ୍ରେଲିଆ ଅଲରାଉଣ୍ଡର ଗ୍ଲୋନ ମ୍ୟାକ୍ସେେଓ୍ଵଲ କରୋନା ସଂକ୍ରମଣ ହୋଇଛନ୍ତି। ଅଷ୍ଟ୍ରେଲିଆ ଅଲରାଉଣ୍ଡର ଗ୍ଲେନ ମ୍ୟାକ୍ସେଓ୍ଵଲ ବିଗ୍ ବାସ୍ ଲିଗ୍ରେ ଟି-୨୦ କ୍ରିକେଟ ଟୁର୍ଣ୍ଣାମେଣ୍ଟ କରୁଥିବା ସମୟରେ କରୋନା ପଜିଟିଭି ଚିହ୍ନଟ ହୋଇଥିଲେ। ବିରାଟ କୋହଲି ଏବଂ ଗ୍ଲେନ ମ୍ୟାକ୍ସେଓ୍ଵଲ ମଧ୍ୟରେ ଆଇପିଏଲ୍ ଖେଳ ସମୟରେ ଅନ୍ତରଙ୍ଗ ବନ୍ଧୁତା ରହିଥାଏ।
ମ୍ୟାକ୍ସେଓ୍ଵଲ ଅଲରାଉଣ୍ଡର ରାପିଡ୍ ଆଣ୍ଟିଜେନ ଟେଷ୍ଟ କରିବା ପରେ କରୋନା ସଂକ୍ରମିତ ହୋଇଥିବା ଜଣାପଡିଥିଲେ। ଅଷ୍ଟ୍ରେଲିଆ ଅଲରାଉଣ୍ଡର ଗ୍ଲେନ୍ ୨୦୨୧ରେ ଆରସିବି ଟିମ୍ରେ ସାମିଲ ହୋଇଥିଲେ। ଏହା ପୂର୍ବରୁ ମ୍ୟାକ୍ସେଓ୍ଵଲ କିଙ୍ଗସ ଇଲେଭେନ ପଞ୍ଜାବ ପାଇଁ ଅଧିନାୟକ ଦାୟିତ୍ୱ ତୁଲାଇଛନ୍ତି। ମ୍ୟାକ୍ସେଓ୍ଵଲରେ ଆଇପିଏଲ୍ ସିଜିନରେ ଆରସିବି ପାଇଁ ୧୫ଟି ମ୍ୟାଚରେ ୧୪୪.୧୦ ଷ୍ଟ୍ରାଇକ ରେଟରେ ୫୧୩ ରନ୍ କରିଛନ୍ତି।
ମ୍ୟାକ୍ସେଓ୍ଵଲ ସୋମବାର ଦିନ ରେନେଗାଡେସ୍ ବିପକ୍ଷରେ ମ୍ୟାଚ ଖେଳିବା ପରେ ଟେଷ୍ଟ କରାଇଥିଲେ। ଆଉ ଏହା ପରେ ପଜିଟିଭ ହୋଇଥିବା ଖବର ଜଣାପଡିଥିଲା। ପୂର୍ବରୁ ବିବିଏଲ୍ ଟୁର୍ଣ୍ଣାମେଣ୍ଟରେ ଅନେକ କରୋନା ମାମଲା ଦେଖିବାକୁ ମିଳିଛି।
The Melbourne Stars can confirm that Glenn Maxwell has returned a positive rapid antigen test.
— Melbourne Stars (@StarsBBL) January 5, 2022
ସୂଚନାଯୋଗ୍ୟ, ନିକଟରେ ବିରାଟଙ୍କ ଅଧିନାୟକତ୍ୱକୁ ନେଇ ଅନେକ ପ୍ରଶ୍ନ ଉଠିଥିଲା। ମୁଁ ଟି-୨୦ରେ ଅଧିନାୟକ ହେବି ନାହିଁ ବୋଲି ବହୁ ଆଗରୁ କହି ସାରିଥିଲି । ତେବେ ଟେଷ୍ଟ ଓ ଦିନିକିଆରେ ଏହି ଦାୟିତ୍ୱ ତୁଲାଇବି ବୋଲି ସ୍ପଷ୍ଟ କରିଥିଲି । ହେଲେ ବିସିସିଆଇ ତରଫରୁ ମୋତେ ଠିକ୍ ଭାବେ ଯୋଗାଯୋଗ କରାଗଲା ନାହିଁ । ଦକ୍ଷିଣ ଆଫ୍ରିକା ପାଇଁ ଟେଷ୍ଟ ଦଳ ଚୟନର ଘଣ୍ଟାଏ ଦେଢ଼ଘଣ୍ଟା ପୂର୍ବରୁ ମୋତେ ଜଣାଇ ଦିଆଗଲା କି ରୋହିତ ଶର୍ମା ହେବେ ଦିନିକିଆ ଦଳର ଅଧିନାୟକ । ଆହୁରି ମଧ୍ୟ ମୁଁ ଏକଥା ବି କହିଥିଲି କି ବ୍ରେକ୍ ନେବି ନାହିଁ ଏବଂ ତିନି ଟିକିଆ ଦିନିକିଆ ସିରିଜ୍ରେ ଖେଳିବି ବୋଲି ।
ବିରାଟ ଏପର୍ଯ୍ୟନ୍ତ ୯୫ଟି ଦିନିକିଆ ମ୍ୟାଚ୍ରେ ଭାରତର ଅଧିନାୟକ ରହି ୬୫ଟିରେ ଦଳକୁ ଜିତାଇଛନ୍ତି । ୨୭ଟିରେ ଟିମ୍ ପରାସ୍ତ ହୋଇଛି । ୧୯ଟିରୁ ୧୫ଟି ଦ୍ୱିପାକ୍ଷିକ ଦିନିକିଆ ସିରିଜରେ ସେ ଭାରତକୁ ବିଜୟ ଭେଟି ଦେଇଛନ୍ତି । ତେଣୁ ତାଙ୍କ ପରାମର୍ଶ ନନେଇ ଦିନିକିଆ ଦଳରୁ ତାଙ୍କୁ ଅଧିନାୟକ ପଦରୁ ହଟାଇବା ଘଟଣା ବିରାଟଙ୍କୁ ବାଧିଛି ।