ଅନ୍‌ଲକ୍ ୧.୦ର ନୂଆ ଗାଇଡ୍ ଲାଇନ୍ : ୧୧ଟି ଜିଲ୍ଲାରେ ସପ୍ତାହକୁ ଦୁଇ ଦିନ ସଟ୍‌ଡାଉନ୍‌

ଭୁବନେଶ୍ୱର (କେ ନ୍ୟୁଜ୍‌) : ଆଜିଠାରୁ ଆରମ୍ଭ ହୋଇଛି ଅନ୍‌ଲକ୍ ୧.୦ । ରାଜ୍ୟରେ ଏନେଇ ଗାଇଡ୍ ଲାଇନ୍ ଜାରି କରିଛନ୍ତି ରାଜ୍ୟ ସରକାର । କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଆଗାମୀ ଜୁନ୍ ୩୦ ତାରିଖ ଯାଏ ଏହି ନୂଆ ଗାଇଡ୍ ଲଇନ୍ ଜାରି କରିଛନ୍ତି । ତେବେ ଫୋକସ୍‌ରେ ରହିଛି ୧୧ଟି ଜିଲ୍ଲା । ଏସବୁ ଜିଲ୍ଲାରେ ସପ୍ତାହକୁ ଦୁଇ ଦିନ ସଟ୍‌ଡାଉନ୍ କରାଯିବ । ଏ ସମ୍ପର୍କରେ ଆଜି ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀ ସୂଚନା ଦେଇଛନ୍ତି ।

ଦୁଇ ଦିନିଆ ସଟ୍‌ଡାଉନ୍ ପ୍ରତ୍ୟେକ ଶନିବାର ଓ ରବିବାର ଦିନ ହେବ । ଏହି ଜିଲ୍ଲାଗୁଡ଼ିକ ହେଲା ଗଞ୍ଜାମ, ପୁରୀ, ନୟାଗଡ, ଖୋର୍ଦ୍ଧା, କେନ୍ଦ୍ରାପଡା, ଭଦ୍ରକ, ବଲାଙ୍ଗୀର, କଟକ, ଜଗତସିଂହପୁର, ଯାଜପୁର ଓ ବାଲେଶ୍ୱର । ସଂକ୍ରମଣ ରୋକିବା ଲାଗି ଏହି କଟକଣା ଲାଗୁ କରିବା ପାଇଁ ରାଜ୍ୟ ସରକାର ନିଷ୍ପତ୍ତି ନେଇଛନ୍ତି।

ସଟଡାଉନ ବେଳେ ମେଡିକାଲ, ଟେଲିକମ୍ ସେବା ଜାରି ରହିବ। ଅଗ୍ନିଶମ, ବିଦ୍ୟୁତ ଓ ଜଳଯୋଗାଣ ବିଭାଗ କାମ କରିବ। ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ଜାରି ରହିବ। ଗ୍ରୋସୋରି ଦୋକାନ, ସରକାରୀ, ବେସରକାରୀ ଅଫିସ ବନ୍ଦ ରହିବ। ସେହିପରି ଜୁନ୍ ୩୦ ଯାଏଁ ଖୋଲିବନ ସପିଂ ମଲ୍, ସିନେମା ହଲ, ମନ୍ଦିର । ୩୦ ପ୍ରତିଶତ କ୍ଷମତାରେ ଖୋଲିବ ହୋଟେଲ୍ । ଚାଲୁ ରହିବ ବସ୍ ଓ ରେଳ ଚଳାଚଳ । ସାମ୍ୱାଦିକ ସମ୍ମିଳନୀରେ ଏନେଇ ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.