ଅନଲକ୍ ୧.୦: ଆସିଲା ରାଜ୍ଯ ସରକାରଙ୍କର ନୂଆ ଗାଇଡ୍ ଲାଇନ୍, କର୍ଫୁ ସମୟ ସେହି ସନ୍ଧ୍ଯା ୭ଟାରୁ ସକାଳ ୭ଟା

ଭୁବନେଶ୍ବର: ମୁଖ୍ୟ ଶାସନ ସଚିବ ଅସିତ ତ୍ରିପାଠୀଙ୍କ ସାମ୍ବାଦିକ ସମ୍ମିଳନୀ। କରୋନା ଗାଇଡ୍ ଲାଇନକୁ ନେଇ କଲେ ବଡ ଘୋଷଣା । ଗ୍ଲୋବାଲ ଟ୍ରାଭେଲର୍ସମାନଙ୍କ ପାଇଁ ଦେଶରୁ ଦେଶକୁ କରୋନା ସଂକ୍ରମଣ ବ୍ଯାପିଥିବା ନେଇ ସେ କହିଛନ୍ତି । ୪ଲକ୍ଷ ୨୬ ହଜାରରୁ ଅଧିକ ଲୋକ ଓଡିଶାକୁ ଫେରିଛନ୍ତି । ବାହାରୁ ଆସୁଥିବା ଲୋକଙ୍କ ଉପରେ ନଜର ରଖିଛନ୍ତି ସରକାର । ତେବେ ଜୁନ୍ ମାସ ବହୁତ ଗୁରୁତ୍ୱପୂର୍ଣ୍ଣ ବୋଲି ମୁଖ୍ୟମନ୍ତ୍ରୀ କହିଥିବାସହ ସଂକ୍ରମଣ ରୋକିବାକୁ ଅଧିକ ଗୁରୁତ୍ୱ ଦିଆଯାଉଥିବା କହିଛନ୍ତି ଅସିତ ତ୍ରିପାଠୀ। ଗତକାଲି ସୁଦ୍ଧା ରାଜ୍ୟକୁ ମୋଟ ୪, ୨୬, ୫୦୪ ପ୍ରବାସୀ ଆସିଛନ୍ତି। ସେହି ଅନୁସାରେ ଯେତେ ଅଧିକ ପ୍ରବାସୀ ଆସିବେ ସେତେ ପଜିଟିଭ ସଂଖ୍ୟା ସେତେ ବଢ଼ିବା ନେଇ ସେ ଆଶଙ୍କା ପ୍ରକଟ କରିଛନ୍ତି ।

କର୍ଫୁ ସମୟ ଅପରିବର୍ତ୍ତିତ

ତେବେ ସାରା ଓଡିଶାରେ କର୍ଫୁ ସମୟ ବଦଳିବା ନେଇ ଯେଉଁ ନୂଆ ନିୟମ ଆସିଥିଲା ତାହା କାର୍ଯ୍ଯକାରୀ ହୋଇଲାନାହିଁ । ତେଣୁ ସାରା ରାଜ୍ଯରେ ପୂର୍ବ ନିର୍ଦ୍ଧାରିତ ସମୟ ଅନୁସାରେ ସନ୍ଧ୍ଯା ୭ଟାରୁ ସକାଳ ୭ଟା ଯାଏ କର୍ଫୁ ଅପରିବର୍ତ୍ତିତ ରହିବ

ଛେପ ପକାଇଲେ, ମାସ୍କ ନପିନ୍ଧିଲେ ଦେବାକୁ ହେବ ଅଧିକ ଜରିମାନା

ଛେପ ପକାଇଲେ, ମାସ୍କ ନପିନ୍ଧିଲେ ଦେବାକୁ ହେବ ଅଧିକ ଜରିମାନା। ପ୍ରଥମ ଓ ୨ୟ ଥର ନିୟମ ଭାଙ୍ଗି ଧରାପଡ଼ିଲେ ଜରିମାନା ୫ଶହ ଟଙ୍କା, ତୃତୀୟ ଥର ନିୟମ ଭାଙ୍ଗି ଧରାପଡ଼ିଲେ ଜରିମାନା ୧ ହଜାର ଟଙ୍କା ଦେବାକୁ ପଡିବ । ସେହିପରି  ମାସ୍କ ନପିନ୍ଧିଲେ ଜରିମାନା ସହ ଗିରଫ ବି କରାଯିବ କହିଲେ ପୋଲିସ୍‌ ଡିଜିପି ଅଭୟ ସୂଚନା ଦେଇଛନ୍ତି ।

ଅନ୍ଯପଟେ ଗତ କିଛି ଦିନ ହେବ ଅନେକ ଲୋକ ଖାମଖିଆଲ ନୀତି ଅବଲମ୍ବନ କରିଛନ୍ତି । ନିୟମ ନମାନିଲେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ । ଘରୁ ବାହାରିଲେ ମାସ୍କ୍ ପିନ୍ଧିବା ଓ ସାମାଜିକ ଦୂରତା ରଖିବା ଅତି ଜରୁରୀ ।  ତେଣୁ ଏହି ଜୁନ୍ ମାସ ଆମ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ବୋଲି କହିଛନ୍ତି ପୋଲିସ୍‌ ଡିଜିପି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.