Below header

କରୋନାର ସ୍ୱଦେଶୀ ଭ୍ୟାକ୍‌ସିନ୍‌ ଟ୍ରାଏଲ ଡୋଜ୍‌ ନେବା ପରେ କ’ଣ ଥିଲା ଲୋକଙ୍କ ଅନୁଭୂତି, ଜାଣନ୍ତୁ ଏବେ କେମିତି ଅଛନ୍ତି ସେମାନେ

ଚଣ୍ଡିଗଡ଼ : କରୋନାର ସ୍ୱଦେଶୀ ଭ୍ୟାକ୍‌ସିନ୍‌ର ହ୍ୟୁମାନ୍‌ ଟ୍ରାଏଲ ଇତିମଧ୍ୟରେ ସମାପ୍ତ ହୋଇଛି । ଭାରତରେ କରୋନା ଭ୍ୟାକ୍‌ସିନ୍‌ର ହ୍ୟୁମାନ୍‌ ଟ୍ରାଏଲ୍‌ରେ ଭାଗ ନେବାକୁ ବହୁ ସ୍ୱେଚ୍ଛାକୃତ ଭଲ୍ୟୁଣ୍ଟରମାନେ ଆଗେଇ ଆସିଥିଲେ । ସେମାନଙ୍କ ଭିତରୁ ଯେଉଁ କେତେଜଣଙ୍କୁ ଭ୍ୟାକ୍‌ସିନ୍‌ର ଟ୍ରାଏଲ୍‌ ଡୋଜ୍‌ ପାଇଁ ଚୟନ କରାଯାଇଥିଲା ।

vaccine corona

ଆସନ୍ତୁ ଜାଣିବା କରୋନା ଭ୍ୟାକ୍‌ସିନ୍‌ ନେଇଥବା ଏହି ଭଲ୍ୟୁଣ୍ଟରମାନଙ୍କ ଅବସ୍ଥା ଏବେ କେମିତି ଅଛି । ଟ୍ରାଏଲ ଭ୍ୟାକ୍‌ସିନ୍‌ ନେବା ପରେ କ’ଣ ରହିଛି ସେମାନଙ୍କ ଅନୁଭୂତି ଓ ଭ୍ୟାକ୍‌ସିନ୍‌ର ପାର୍ଶ୍ୱ ପ୍ରତିକ୍ରିୟା ।

ସେଦିନର ଅନୁଭୁତି ବିଷୟରେ ସେମାନେ ଯାହା କୁହନ୍ତି –

ଭଲ୍ୟୁଣ୍ଟର ୧ : ଏଆଇଏମ୍‌ଏସ୍‌ରେ ପ୍ରଥମ ୩ ଜଣଙ୍କ ଉପରେ ରିସର୍ଚ୍ଚ ପାଇଁ ଆସିଥିବା ଭଲ୍ୟୁଣ୍ଟରଙ୍କ ମଧ୍ୟରୁ ପ୍ରଥମ ବ୍ୟକ୍ତି କୁହନ୍ତି ଯେ ସେ ସେନାରେ ଯିବାକୁ ଚାହୁଁଥିଲେ । ହେଲେ ତାହା ସମ୍ଭବ ହୋଇ ପାରିଲା ନାହିଁ । ଆଜି ଯେତେବେଳେ ଜାଣିଲି ଯେ ଭ୍ୟାକ୍‌ସିନ ଟ୍ରାଏଲ ପାଇଁ ଭଲ୍ୟୁଣ୍ଟର ଆବଶ୍ୟକ । ଭାବିଲି ଏହା ଠାରୁ ଦେଶସେବା ଓ ମାନବ ସେବାର ଆଉ କିଛି ଭଲ ମାଧ୍ୟମ ହୋଇ ନପାରେ ।

ତେଣୁ ପରିଣାମ ଯାହା ହେଉ ପଛେ ମୁଁ ଆଗେଇ ଆସିଛି । ଭ୍ୟାକ୍‌ସିନ୍‌ ଦେବା ପୂର୍ବରୁ ଡାକ୍ତରମାନେ କିଛିଟା ପେପରରେ ମୋର ଦସ୍ତଖତ ନେଇଥିଲେ । ଯେଉଁଥିରେ ଭ୍ୟାକ୍‌ସିନ୍‌ ପାଇଁ ମୁଁ ମୋର ଇଚ୍ଛାରେ ସ୍ୱୀକୃତି ଦେଇଛି ବୋଲି ଦସ୍ତଖତ ଦେଇଥିଲି । ଭ୍ୟାକ୍‌ସିନ୍‌ ନେବା ବେଳେ ମୁଁ ଭୟଭୀତ ହୋଇ ନଥିଲି । ପ୍ରଥମ ଡୋଜ୍‌ ନେବା ପରେ ଡାକ୍ତର ମୋତେ ୩ ଘଣ୍ଟା ପାଇଁ ଅବଜରଭେସେନ୍‌ରେ ରଖି ଘରକୁ ଛାଡି ଦେଇଥିଲେ । ରିସର୍ଚ୍ଚରେ ସାମିଲ୍‌ ହେବାରୁ ମୁଁ ନିଜକୁ ଗର୍ବ ଅନୁଭବ କରୁଛି ।

ଭଲ୍ୟୁଣ୍ଟର ୨ : ଲୋକଙ୍କ ଜୀବନ ରକ୍ଷା ପାଇଁ ମୁଁ ରକ୍ତ ଦାନ କରେ । ଆଜି ଲୋକଙ୍କ ସେବାରେ ଏଭଳି ମଉକାକୁ ବା ହାତଛଡା କିପରି କରିଥାନ୍ତି । ରୋହତକ ନାମକ ଏହି ଭଲ୍ୟୁଣ୍ଟର ଗାଁରେ ଚାଷ କରନ୍ତି । ଦ୍ୱାଦଶ ଶ୍ରେଣୀ ପାସ୍‌ ମଧ୍ୟ କରିଛନ୍ତି । ଭ୍ୟାକ୍‌ସିନ୍‌ ଲଗାଇବା ପରେ ମୁଁ ବହୁତ ସୁସ୍ଥ ମନେ କରୁଛି ।

୩ ଘଣ୍ଟା ଅବଜରଭେସନ୍‌ରେ ରହିବା ପରେ କୈାଣସି ପାର୍ଶ୍ୱ ପ୍ରତିକ୍ରିୟା ନ ହେବାରୁ ମୋତେ ଘରକୁ ଛାଡ଼ି ଦିଆଯାଇଥିଲା । ଏବେ ଯଦି ଦ୍ୱିତୀୟ ଡୋଜ ନେବାକୁ ଡକାଯାଏ ତେବେ ମୁଁ ପୁଣି ଆସିବି ବୋଲି ସେ କହିଛନ୍ତି ।

ତେବେ ହ୍ୟୁମାନ୍‌ ଟ୍ରାଏଲ୍‌ର ଗୋପନୀୟତାକୁ ଦୃଷ୍ଟିରେ ରଖି ଭଲ୍ୟୁଣ୍ଟରଙ୍କ ନାମ ଗୋପନ ରଖାଯାଇଛି

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.