କିମ୍‌ ଜୋଙ୍ଗ୍‌ଙ୍କ ଚେତାବନୀ ସତ୍ତ୍ୱେ ଉତ୍ତର କୋରିଆରେ ପଶିଲା କରୋନା, କହିଥିଲେ କରୋନା ରୋଗୀଙ୍କୁ ମାରି ଦିଆଯିବ

ଉତ୍ତର କୋରିଆ ଛୁଇଁଲା କରୋନା। ଉତ୍ତର କୋରିଆରେ ପ୍ରଥମ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି। ସାରା ବିଶ୍ୱରେ କାୟା ବିସ୍ତାର କରିଥିବା କରୋନା ଏବେ ଯାଏଁ ଉତ୍ତର କୋରିଆରେ ପ୍ରବେଶ କରିପାରିନଥିବା ବେଳେ ଆଜି ଦେଶରେ ପ୍ରଥମ ମାମଲା ସାମ୍ନାକୁ ଆସିଛି। ରବିବାର ଦିନ ଦକ୍ଷିଣ କୋରିଆରୁ ଫେରିଥିବା ଜଣେ ଯବାନଙ୍କର କରୋନା ପଜିଟିଭ୍‌ ବାହାରିଛି। ଏହି ଖବର ସାମ୍ନାକୁ ଆସିବା ପରେ ଦେଶରେ ଆତଙ୍କ ସୃଷ୍ଟି ହୋଇଛି। କରୋନା ସଂକ୍ରମଣକୁ ରୋକିବା ପାଇଁ ଉତ୍ତର କୋରିଆ ଶାସକ କିମ୍‌ ଜୋଙ୍ଗ୍‌ ଦେଶରେ ଜରୁରୀକାଳୀନ ପରିସ୍ଥିତି ଘୋଷଣା କରିଛନ୍ତି।

North Korea Reports First Suspected Coronavirus Case | Voice of ...

ସୂଚନାଯୋଗ୍ୟ ଯେ ଜାନୁଆରୀରେ ଉତ୍ତର କୋରିଆ କୋଭିଡ୍‌-୧୯ ବିରୋଧରେ ଜାତୀୟ ଜରୁରୀକାଳୀନ ପ୍ରଣାଳୀ ଆରମ୍ଭ କରିଥିଲା। ଏ ଅବସରରେ ଦେଶର ସମସ୍ତ ସୀମାକୁ ବନ୍ଦ କରିଦିଆଯାଇଥିଲା। ସାମାଜିକ ଦୂରତ୍ୱ ନିୟମକୁ କଡ଼ାକଡ଼ି ପାଳନ କରାଯାଉଥିଲା। ଉତ୍ତର କୋରିଆ ମିଡିଆରୁ ମିଳିଥିବା ସୂଚନା ମୁତାବକ କେସୋଙ୍ଗ ସହରର ସଂକ୍ରମିତଙ୍କ ସଂସ୍ପର୍ଶରେ ଆସିଥିବା ସମସ୍ତଙ୍କର କରୋନା ଟେଷ୍ଟ କରାଯାଉଛି। ସମସ୍ତଙ୍କୁ ଏବେ ଆଇସୋଲେସନ୍‌ରେ ରଖାଯାଇଛି।

North Korea declares lockdown over first suspected coronavirus case

ପ୍ରକାଶ ଯେ, ସାରା ବିଶ୍ୱରେ କରୋନା ଭାଇରସ୍‌ର ପ୍ରାୟ ଏକ କୋଟି ୬୦ ଲକ୍ଷ ୬୩ ହଜାରଟି ମାମଲା ସାମ୍ନାକୁ ଆସିଛି। ସେହିପରି ପ୍ରାୟ ୬ ଲକ୍ଷ ୪୩ ହଜାର ଲୋକଙ୍କ ଜୀବନ ଗଲାଣି। ଆମେରିକାରେ ସବୁଠୁ ଅଧିକ ୪୧ ଲକ୍ଷ ୯୪ ହଜାରରୁ ଊର୍ଦ୍ଧ୍ୱ ମାମଲା ସାମ୍ନାକୁ ଆସିଥିବା ବେଳେ ସେମାନଙ୍କ ମଧ୍ୟରୁ ଏକ ଲକ୍ଷ ୪୬ ହଜାର ଜଣଙ୍କ ମୃତ୍ୟୁ ଘଟିଛି। ଅନ୍ୟପଟେ ଭାରତରେ ଏବେ ଯାଏଁ ୧୩ ଲକ୍ଷ ମାମଲା ସାମ୍ନାକୁ ଆସିଛି ଓ ୩୧ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.