Below header

ପଶୁଠାରେ ବି ମିଳିଲା କରୋନା ପଜିଟିଭ, ଜାଣି ରଖନ୍ତୁ କେମିତି ନେବେ ନିଜ ପୋଷା ଜୀବଙ୍କ ଯତ୍ନ

ଏ ପର୍ଯ୍ୟନ୍ତ ଭାବି ନିଆଯାଉଥିଲା ଯେ କରୋନା ଭାଇରସ କେବଳ ମଣିଷଙ୍କ ଠାରେ ବ୍ୟାପିଥାଏ। କିନ୍ତୁ ଆମେରିକାରେ ଏମିତି ଏକ ମାମଲା ସାମ୍ନାକୁ ଆସିଥିଲା, ଯେଉଁଥିରେ ଏକ ଜଙ୍ଗଲି ଜନ୍ତୁ କୋଭିଡ-19ରେ ସଂକ୍ରମିତ ଥିବା ଜଣାପଡିଥିଲା। ଏହା ମଣିଷଠାରୁ ପଶୁଙ୍କୁ କରୋନା ଭାଇରସ ବ୍ୟାପିବାର ପ୍ରଥମ ମାମଲା ଥିଲା। ନାଡିୟା ନାମକ ଏହି ବାଘ ନ୍ୟୁୟର୍କ ସହରର ବ୍ରୋନକ୍ଷ ଚିଡିଆଖାନାରେ ଥିଲା।

2

ରିପୋର୍ଟ ଅନୁସାରେ, ଚିଡିଆଖାନାର ଜଣେ କର୍ମଚାରୀଙ୍କଠାରେ କରୋନା ଭାଇରସ ପଜିଟିଭ ମିଳିଥିଲା । ପରେ ଏଠାରେ 3 ବାଘଙ୍କୁ ଶୁଖିଲା କାଶ ହେବାରୁ ସେମାନଙ୍କ ଯାଞ୍ଚ କରାଯାଇଥିଲା । ସେଥିମଧ୍ୟରୁ ଜଣଙ୍କ ଠାରେ କରୋନା ପଜିଟିଭ ମିଳିଥିଲା। ଏହି ବାଘ ଠାରେ ରୋଗର ଲକ୍ଷଣ 27 ମାର୍ଚ୍ଚରୁ ହିଁ ଦେଖାଯିବା ଆରମ୍ଭ ହୋଇଥିଲା। ଏହି ମାମଲା ପରେ ଏହାକୁ ନେଇ ତର୍କ ଆରମ୍ଭ ହୋଇଯାଇଥିଲା।

3

WHO କହୁଛି, ପୋଷା ଜୀବଜନ୍ତୁଙ୍କ ଛୁଇଁବା କିମ୍ବା କୋଳରେ ଉଠାଇବା ପରେ ନିଜ ହାତକୁ ସାବୁନରେ ଭଲ ଭାବେ ଧୋଇବା ଉଚିତ। ଚୀନର ବୁହାନ ସହରରୁ ଯେତେବେଳେ ପ୍ରଥମେ କରୋନା ଭାଇରସର ପଜିଟିଭ ସାମ୍ନାକୁ ଆସିଥିଲା, ସେତେବେଳେ ଏହା ପଶୁଙ୍କ ଠାରୁ ବ୍ୟାପୁଥିବା କୁହାଯାଉଥିଲା। କିନ୍ତୁ ପରେ ଏହି ଭାଇରସ ମଣିଷକୁ ମଣିଷଠାରୁ ବ୍ୟାପୁଥିବା ଦେଖାଯାଇଥିଲା।

Cat in veterinarian clinic

ସେଣ୍ଟର ଫର ଡିଜିଜ କଣ୍ଟ୍ରୋଲ ଆଣ୍ଡ ପ୍ରିଭେନସନ(CDC)ର ରିପୋର୍ଟ ମୁତାବକ, କରୋନା ଭାଇରସ କେତେକ ପ୍ରକାରର ଅଛି। ସେଥିମଧ୍ୟରୁ କିଛି ପଶୁଙ୍କୁ ପ୍ରଭାବିତ କରିପାରେ। ନୂଆ କରୋନା ଭାଇରସ ଅର୍ଥାତ କୋଭିଡ-19 ପଶୁଙ୍କ ଠାରେ ବ୍ୟାପିବା ନେଇ ମାମଲା ଦେଖିବାକୁ ମିଳିନି। CDC ମଧ୍ୟ ପଶୁଙ୍କୁ ଛୁଇଁବା ପରେ ହାତ ଧୋଇବାକୁ ପରାମର୍ଶ ଦେଇଛି। ଏହାସହିତ ରୋଗ ସମୟରେ ପଶୁଙ୍କ ଦେଖାଶୁଣା କରିବା ପାଇଁ କିଛି ଗାଇଡଲାଇନ ମଧ୍ୟ ଜାରି କରିଛି।

4

-ଯଦି ଘରର କୌଣସି ସଦସ୍ୟ କରୋନା ଭାଇରସରେ ସଂକ୍ରମିତ କିମ୍ବା ସନ୍ଦିଗ୍ଧ, ତେବେ ତାଙ୍କୁ ଘର ଲୋକଙ୍କ ସହିତ ପୋଷା ଜୀବଙ୍କ ସହ ସିଧା ସମ୍ପର୍କରେ ଆସିବା ଉଚିତ ନୁହେଁ।

-ଯଦି ଘରେ ପୋଷା ଜୀବଙ୍କ ଯତ୍ନ ନେବା ପାଇଁ ଆଉ କିଏ ଅଛନ୍ତି, ତେବେ ତାଙ୍କୁ ଏହି ଦାୟିତ୍ୱ ବ୍ୟକ୍ତି ଠିକ ହେବା ଯାଏ ନେବାକୁ ହେବ।

-ରୋଗୀଙ୍କୁ ପୋଷା ଜୀବଙ୍କ ସହ ଖେଳିବା ଉଚିତ ନୁହେଁ କି ସେମାନଙ୍କୁ ନିଜର ବଳକା ଖାଦ୍ୟ ଦେବା ଉଚିତ ନୁହେଁ।

-ଯଦି କେହି ଅସୁସ୍ଥ ବ୍ୟକ୍ତି ପୋଷା ଜୀବଙ୍କ ଦେଖାଶୁଣା କରୁଥାଏ, ତେବେ ତାଙ୍କୁ ହାତ ଧୋଇ ସେମାନଙ୍କୁ ଛୁଇଁବା ଦରକାର। ମୁଁହରେ ମାସ୍କ ଲେଗେଇ ରଖିବା ଉଚିତ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.