ଭୋକ ମେଣ୍ଟାଉଛନ୍ତି ହରିନାରାୟଣ କପ୍ଲେକସର ବ୍ୟବସାୟୀମାନେ, କୁଚିଣ୍ଡା ଉପଖଣ୍ଡ ଚିକିତ୍ସାଳୟରେ ଥିବା ରୋଗୀଙ୍କ ସମ୍ପର୍କୀୟଙ୍କୁ ପ୍ରଦାନ କରୁଛନ୍ତି ରନ୍ଧା ଖାଦ୍ୟ

କୁଚିଣ୍ଡା: କରୋନା ଭାଇରସ ଯୋଗୁଁ ସାରା ଦେଶରେ ଜାରି ହୋଇଛି ଲକଡାଉନ । ଲକଡାଉନ ଯୋଗୁଁ କୁଚିଣ୍ଡା ସହରର ଅନେକ ଦୋକାନ ବଜାର, ଜଳଖିଆ ଦୋକାନ, ହୋଟେଲ ବନ୍ଦ ହୋଇଯାଇଛି । କୁଚିଣ୍ଡା ମୁଖ୍ୟ ଡାକ୍ତରଖାନାକୁ ବିଭିନ୍ନ ଅଚଂଳରୁ ରୋଗୀ ଚିକିତ୍ସା ପାଇଁ ଆସୁଥିବା ବେଳେ ସମ୍ପର୍କୀୟ ମାନେ ବହୁତ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ରୋଗୀଙ୍କୁ ହସପିଟାଲ ପକ୍ଷରୁ ରନ୍ଧା ଖାଦ୍ୟ ଦିଆଯାଉଥିବା ବେଳେ ରୋଗୀଙ୍କ ସମ୍ପର୍କୀୟ ମାନେ ହୋଟେଲ ଉପରେ ନିର୍ଭର କରୁଛନ୍ତି । କିନ୍ତୁ ଏବେ ଲକଡାଉନ ଯୋଗୁଁ ହୋଟେଲ ବନ୍ଦ ହୋଇଯାଇଛି ଫଳରେ ରୋଗୀଙ୍କ ସମ୍ପର୍କୀୟ ମାନେ ବହୁତ ହଇରାଣ ହେଉଛନ୍ତି ।

kuchindaତେଣୁ କୁଚିଣ୍ଡା ସହରରେ ଥିବା ହରିନାରାୟଣ କମପ୍ଲେକସର ବ୍ୟବସାୟୀମାନେ ଏଦିଗରେ ସହଯୋଗର ହାତ ବଢାଇଛନ୍ତି । ସେମାନେ ରୋଷେଇ କରି ରନ୍ଧା ଖାଦ୍ୟକୁ ପ୍ୟାକେଟ୍ କରି ରୋଗୀଙ୍କ ସମ୍ପର୍କୀୟ ମାନଙ୍କୁ ରନ୍ଧା ଖାଦ୍ୟ ଦେଉଛନ୍ତି । କରୋନା ଭାଇରସ ସଂକ୍ରମଣରୁ ରକ୍ଷା ପାଇବା ପାଇଁ ମାକ୍ସ ପ୍ରଦାନ କରିଛନ୍ତି । ଲୋକଙ୍କୁ କରୋନା ସଂକ୍ରମଣରୁ କିପରି ନିଜକୁ କିପରି ସୁରକ୍ଷା କରିପାରିବେ ସେ ବିଷୟରେ ସଚେତନ କରିଛନ୍ତି । ଏପରି କାର୍ଯ୍ୟକୁ ଜନସାଧାରଣ ପ୍ରଶଂସା କରାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.