ଏକ ଔଷଧ ପାଇଁ ଭାରତକୁ ଚେତାବନୀ ଦେଲେ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ, ଜାଣନ୍ତୁ ଏହି ମେଡ଼ିସିନ ବିଷୟରେ

କରୋନା ଭାଇରସର ସଂକ୍ରମଣକୁ ରୋକିବା ପାଇଁ ଏବେ ସବୁ ଦେଶ ମେଡ଼ିସିନ ତିଆରି କରିବାରେ ଲାଗିପଡିଛନ୍ତି। କରୋନା ମୁକାବିଲା କରିବାରେ ଆଣ୍ଟି ମ୍ୟାଲେରିଆ ଡ୍ରଗ୍ ହାଇଡ୍ରୋକ୍ସିକ୍ଲୋରୋକୁଇନ ବା HCQ ସମର୍ଥ ବୋଲି କିଛି ଦିନ ହେବ ଶୁଣିବାକୁ ମିଳୁଛି। ଏଣୁ କେତେକ ଦେଶକୁ ଭାରତକୁ ଏହି ମେଡ଼ିସିନର ଅର୍ଡର ମଧ୍ୟ ଦେଇଛନ୍ତି।

medicine

ମାତ୍ର କିଛି ବର୍ଷ ହେବ ଭାରତରେ ହାଇଡ୍ରୋକ୍ସିକ୍ଲୋରୋକୁଇନ ବଟିକା ତିଆରି ହେବା ବନ୍ଦ ଅଛି। ଏନେଇ ଜଣାପଡ଼ିବା ପରେ ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପ ଏକ ସାମ୍ବାଦିକ ସମ୍ମିଳନୀରେ ଭାରତକୁ ଧମକ ଦେଇଛନ୍ତି ଯେ ଯଦି ଏହି ଔଷଧ ତିଆରି ବନ୍ଦ ହୁଏ ତେବେ ଭାରତକୁ ଏହାର ଜବାବ ମିଳିବ। ତେବେ ଭାରତ ଏହି ରୋକକୁ ଖାରଜ କରିଦେଇଛି। ତେବେ ଆସନ୍ତୁ ଜାଣିବା କଣ ଏହି ଔଷଧ ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି…

2,200 Empty Rooms: As Covid-19 Sinks Economy, Trump's Own Business ...

ହାଇଡ୍ରୋକ୍ସିକ୍ଲୋରୋକୁଇନ କ’ଣ?

ମାର୍ଚ୍ଚରେ ହୋଇଥିବା ଏକ ସାମ୍ବାଦିକ ସମ୍ମିଳନୀରେ କୁହାଯାଇଥିଲା ଯେ ହାଇଡ୍ରୋକ୍ସିକ୍ଲୋରୋକୁଇନ ମେଡିସିନ ଦ୍ୱାରା କରୋନା ଭାଇରସର ସଂକ୍ରମଣକୁ ରୋକି ହେବ। ପୂର୍ବରୁ ଏହି ଔଷଧକୁ ମ୍ୟାଲେରିଆର ମେଡ଼ିସିନ ଭାବେ ବ୍ୟବହାର କରାଯାଉଥିଲା। ଡୋନାଲଡ ଟ୍ରମ୍ପ ଟ୍ୱିଟ କରି କହିଥିଲେ ଯେ azithromycin, ଏକ ଆଣ୍ଟିବାୟୋଟିକ ସହ ମିଶାଇବା ପରେ ଏହି ଔଷଧ ମେଡ଼ିସିନ ଇତିହାସରେ ଗେମ ଚେଞ୍ଜର ହୋଇପାରିବ।

med

ଏହି ମେଡ଼ିସିନର ରହିଛି ଅନେକ ସାଇଡଇଫେକ୍ଟ:

ହାଇଡ୍ରୋକ୍ସିକ୍ଲୋରୋକୁଇନ ଦ୍ୱାରା କରୋନାକୁ ପ୍ରତିହତ କରିହେବ କୁହାଯାଉଥିଲେ ମଧ୍ୟ ଏହି ମେଡିସିନର ଅନେକ ସାଇଡ ଇଫେକ୍ଟ ରହିଛି। ମେଡିସିନ ଖାଇବା ଦ୍ୱାରା ମୁଣ୍ଡ ବିନ୍ଧା, କାନ ବିନ୍ଧା, ବାନ୍ତି, ମାନସିକ ଚିନ୍ତା, ତ୍ୱଚା କୁଣ୍ଡାଇହେବା, କେଶ ଝଡ଼ିବା, ଡିପ୍ରେସନ ଆଦି ସମସ୍ୟା ଦେଖାଯାଏ।

Howdy, Modi!': Trump hails Indian PM at 'historic' Texas rally ...

ତେବେ ଡାକ୍ତରମାନେ ଏହି ମେଡ଼ିସିନ ଦ୍ୱାରା ସତରେ କରୋନା ଭଲ ହେଉଛି କି ନାହିଁ ସେନେଇ କୌଣସି ସୂଚନା ଦେଇନାହାନ୍ତି। ମାତ୍ର ହାଇଡ୍ରୋକ୍ସିକ୍ଲୋରୋକୁଇନ ଯୋଗୁ ଭାରତ ଓ ଆମେରିକା ମଧ୍ୟରେ ସମ୍ପର୍କ ଖରାପ ହେବା ପୂର୍ବରୁ କିଛି ପଦକ୍ଷେପ ନେବା ଜରୁରୀ ହୋଇପଡ଼ିଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.