କରୋନା ଯୁଦ୍ଧରେ ଲଢ଼ୁଥିବା ପୋଲିସ କର୍ମଚାରୀଙ୍କୁ ଯୋଗୀ ସରକାରଙ୍କ ଉପହାର, ମିଳିବ 50 ଲକ୍ଷ ଟଙ୍କାର ବୀମା

କରୋନା ଭାଇରସ ଧିରେ ଧିରେ ସାରା ଦେଶରେ ନିଜର କାୟା ବିସ୍ତାର କରିଚାଲିଛି। ଅନ୍ୟପଟେ ଏହି ମହାମାରୀର ମୁକାବିଲା ପାଇଁ ଡାକ୍ତର, ନର୍ସ, ପୋଲିସ, ସରକାରୀ ଅଧିକାରୀ ଓ କର୍ମଚାରୀ ଏବଂ ସୁରକ୍ଷାକର୍ମୀମାନଙ୍କର ପୂରା ଟିମ ପ୍ରସ୍ତୁତ ଅଛି। ଏହାରି ଭିତରେ ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପୋଲିସ କର୍ମଚାରୀମାନଙ୍କୁ 50 ଲକ୍ଷ ଟଙ୍କାର ବୀମା ଉପହାର ଦେଇଛନ୍ତି।

ରାଜ୍ୟ ଗୃହ ଓ ସୂଚନା ବିଭାଗର ମୁଖ୍ୟ ସଚିବ ଅବନିଶ ଅବସ୍ଥି ଏ ନେଇ ମଙ୍ଗଳବାର ସୂଚନା ଦେଇଛନ୍ତି। ସେ କହିଛନ୍ତି, ଏ ସମ୍ବନ୍ଧରେ ଖୁବଶୀଘ୍ର ଲିଖିତ ଆଦେଶ ଜାରି କରାଯାଉଛି। ତେବେ ଏହା ପୂର୍ବରୁ ବି ପଞ୍ଜାବ ସରକାର ପୋଲିସ ଏବଂ ସଫେଇ କର୍ମଚାରୀମାନଙ୍କୁ 50 ଲକ୍ଷ ଟଙ୍କାର ଅତିରିକ୍ତ ସ୍ୱାସ୍ଥ୍ୟ ବୀମା ଦେବାକୁ ଘୋଷଣା କରିଥିଲେ।

jo

ଏହାଛଡା ରାଜ୍ୟ ସରକାରଙ୍କ କରୋନା ପ୍ରସ୍ତୁତି ବିଷୟରେ କହିବାକୁ ଯାଇ ମୁଖ୍ୟ ସଚିବ କହିଥିଲେ, ରାଜ୍ୟରେ ମୋଟ 750 ଭେଣ୍ଟିଲେଟର ପ୍ରସ୍ତୁତ ରହିଛି। ଏହି ସମୟରେ କେହି ବି ରୋଗୀ ଭେଣ୍ଟିଲେଟରରେ ନାହାନ୍ତି। ମୁଖ୍ୟମନ୍ତ୍ରୀ ଲେବଲ-3 ହସ୍ପିଟାଲ ଅଧିକ ସଂଖ୍ୟାରେ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏବଂ ଖାଲି ପଡିଥିବା ହସ୍ପିଟାଲକୁ ଟେକ ଓଭର କରିବା ପାଇଁ ଆଦେଶ ଦେଇଛନ୍ତି। ଏହି ପୂରା ପ୍ରକ୍ରିୟା ଚିକିତ୍ସା ଏବଂ ଚିକିତ୍ସା ଶିକ୍ଷା ବିଭାଗର ଦେଖାଶୁଣାରେ ହେବ।

Leave A Reply

Your email address will not be published.