ଆମେରିକାସ୍ଥିତ ଭାରତୀୟ ବଂଶୋଦ୍ଭବଙ୍କ ଔଷଧ କମ୍ପାନୀ ଦାନ କରିବ ୩୪ ଲକ୍ଷ ହାଇଡ୍ରୋକ୍ସିକ୍ଲୋରୋକୁଇନ ବଟିକା

କରୋନା ଭାଇରସର ମୁକାବିଲା କରିବାରେ ହାଇଡ୍ରୋକ୍ସିକ୍ଲୋରୋକୁଇନ ମେଡ଼ିସିନ ସମର୍ଥ ବୋଲି ଆମେରିକା ରାଷ୍ଟ୍ରପତି ଦାବି କରି ତୁରନ୍ତ ଏହି ଔଷଧ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ନଚେତ ପରିଣାମ ଭୟଙ୍କର ହେବ ବୋଲି ମଧ୍ୟ ସେ ଚେତାବନୀ ଦେଇଛନ୍ତି। ତେବେ ଇତି ମଧ୍ୟରେ ଆଉ ଏକ ଖୁସି ଆସି ପହଞ୍ଚିଛି। ଆମେରିକାସ୍ଥିତ ଜଣେ ଭାରତୀୟ ବଂଶୋଦ୍ଭବଙ୍କ ଔଷଧ କମ୍ପାନୀ ୩୪ ଲକ୍ଷ ହାଇଡ୍ରୋକ୍ସିକ୍ଲୋରୋକୁଇନ ସଲଫେଟ ବଟିକା ତିଆରି କରି ଦାନ କରିବାକୁ ଘୋଷା କରିଛନ୍ତି। ସେ ଏହି ମେଡ଼ିସିନ ନ୍ୟୁୟର୍କ ଓ ଲୁଇସିଆନା ସମେତ ଆମେରିକାର ଅନ୍ୟ ସହରକୁ ବାଣ୍ଟିବେ ବୋଲି ପ୍ରତିଶ୍ରୁତି ଦେଇଛନ୍ତି।

chintu chirag patel

ନ୍ୟୁଜର୍ସିଠାରେ ବାସ କରୁଥିବା ବ୍ୟବସାୟୀ ଚିରାଗ ଓ ଚିଣ୍ଟୁ ପଟେଲଙ୍କ ମେଡ଼ିସିନ କମ୍ପାନୀ ଆମନିଲ ଫାର୍ମାସ୍ୟୁଟିକାଲସ୍ ନିଜ ଫାର୍ମରେ ଏହି ଔଷଧ ପ୍ରସ୍ତୁତ କରିବାକୁ ସୂଚନା ଦେଇଛନ୍ତି। ଚଳିତମାସ ମଧ୍ୟ ଭାଗ ସୁଦ୍ଧା କମ୍ପାନୀ ତରଫରୁ ପ୍ରାୟ ୨୦ ମିଲିୟନ ବା ୨୦ ନିୟୁତ ବଟିକା ତିଆରି କରାଯିବ ବୋଲି ଆଶା କରାଯାଉଛି।hydroxychloroquine 2

କରୋନାକୁ ପ୍ରତିହତ କରିବାରେ ସହାୟ ହେଉଥିବା ଏହି ମେଡ଼ିସିନ ସବୁ ପ୍ରକାରର ମେଡ଼ିସିନ ଷ୍ଟୋର ଓ ବଡ଼ ବଡ଼ ଦୋକାନରେ ଉପଲବ୍ଧ ହେବ। ଫଳରେ ଲୋକମାନେ ସହଜରେ ମେଡ଼ିସିନ ପାଇପାରିବେ ବୋଲି କମ୍ପାନୀ ତରଫରୁ କୁହାଯାଇଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.