ସାରା ବିଶ୍ୱରେ ପୁଣି ଦୈନିକ ସଂକ୍ରମଣ ଉପରମୁହାଁ, ଅନେକ ଦେଶରେ ସଂକ୍ରମଣ ବୃଦ୍ଧି ପରେ ଭାରତରେ ହାଇ ଆଲର୍ଟ

ନୂଆଦିଲ୍ଲୀ: ସାରା ବିଶ୍ୱରେ ପୁଣି ଥରେ ଲମ୍ବା ଲମ୍ଫ ମାରିଛି ସଂକ୍ରମଣ । ଦୈନିକ ସଂକ୍ରମଣ ଉପରମୁହାଁ ହୋଇଛି । ମାର୍ଚ୍ଚ ୭ରୁ ୧୩ ଭିତରେ ଶେଷ ହୋଇଥିବା ସପ୍ତାହରେ ସଂକ୍ରମଣ ବଢ଼ିଛି ୮ ପ୍ରତିଶତ । ଅନେକ ଦେଶରେ କରୋନା ସଂକ୍ରମଣ ବୃଦ୍ଧି ପରେ ଭାରତରେ ହାଇ ଆଲର୍ଟ।

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭିୟଙ୍କ ଅଧ୍ୟକ୍ଷତାରେ ବସିଛି ବୈଠକ। କରୋନା ସ୍ଥିତି ଉପରେ ନଜର ରଖିବା ସହ ଟିକାକରଣ ଉପରେ ଅଧିକ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ। ଏୟାରପୋର୍ଟରେ ଟେଷ୍ଟିଂ ଉପରେ ଗୁରୁତ୍ୱ ଦେବାକୁ ବୈଠକରେ ନିଷ୍ପତ୍ତି ହୋଇଛି ।

ବୈଠକରେ ସ୍ୱାସ୍ଥ୍ୟ ବିଭାଗର ବରିଷ୍ଠ ଅଧିକାରୀ, ସ୍ୱାସ୍ଥ୍ୟ ସଚିବ , ସରକାରଙ୍କ ମୁଖ୍ୟ ସାଇଣ୍ଟିଫିକ ପରାମର୍ଶଦାତା, ନିତି ଆୟୋଗ ସଦସ୍ୟ ଭି କେ ପଲ, ICMR ସାଧାରଣ ନିର୍ଦ୍ଦେଶକ ପ୍ରମୁଖ ଉପସ୍ଥିତ ଥିଲେ।

 

 

Leave A Reply

Your email address will not be published.