କରୋନା ମୁକାବିଲା ପାଇଁ ଯାଜପୁର ବିଧାୟକ ପ୍ରଣବ ଦାସ ଦେଲେ ୩ କୋଟି ଟଙ୍କା

ଯାଜପୁର ଟାଉନ (କେ ନ୍ୟୁଜ୍‌) : କୋରୋନା ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜର ତିନି ମାସର ଦରମା ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିକୁ ଦାନ କରିବା ପରେ ବିଭିନ୍ନ ବିଧାୟକ ମଧ୍ୟ ତାଙ୍କ ପଥ ଅନୁସରଣ କରିଛନ୍ତି । ସେମାନେ ମଧ୍ୟ ନିଜ ନିଜ ଦରମା ଦାନ କରିଛନ୍ତି । ଏବେ ଏଥିରେ ସାମିଲ ହୋଇଛନ୍ତି ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ସେ ତାଙ୍କ ବିଧାୟକ ଉନ୍ନୟନ ପାଣ୍ଠିରୁ ୩ କୋଟି ଟଙ୍କା କୋରୋନା ମୁକାବିଲା ପାଇଁ ଖର୍ଚ୍ଚ କରିବାକୁ ଯାଜପୁର ଜିଲ୍ଲାପାଳଙ୍କୁ ପ୍ରଦାନ କରିଛନ୍ତି । ଏହି ଅର୍ଥରେ କୋରୋନାର ମୁକାବିଲା କରାଯିବା ସହ ସ୍ୱାସ୍ଥ୍ୟ ସେବା ଭିତ୍ତିଭୂମିକୁ ସୁଦୃଢ଼ କରିବାରେ ବ୍ୟୟ କରାଯିବ । ଏ ସମ୍ପର୍କରେ ଆଜି ଯାଜପୁର ଜିଲ୍ଲାପାଳ ରଞ୍ଜନ କୁମାର ଦାସ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.