Below header

ଜର୍ମାନୀ ବ୍ୟବସ୍ଥା ଆପଣାଇଲେ କରୋନା ଭାଇରସରୁ ଦୁନିଆକୁ ବଞ୍ଚାଇ ହେବ ବୋଲି କହିଲେ ଗବେଷକ

କରୋନା ଭାଇରସକୁ ପ୍ରତିହି କରିବାକୁ ଦୁନିଆର ବଡ଼ ବଡ଼ ଦେଶ ବି କଠିନ ସ୍ଥିତିରେ ପହଞ୍ଛି ଗଲେଣି । ଆମେରିକା କରୋନା ପାଇଁ ଜରୁରୀକାଳୀନ ପରିସ୍ଥିତି ଘୋଷଣା କଲାଣି । ଇଟାଲି ଭଳି ବିକଶିତ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୪ ହଜାରକୁ ଟପିଗଲାଣି ।

ବର୍ତ୍ତମାନ ସମୟରେ ୟୁରୋପ କରୋନା ଭାଇରସ୍‌ର କେନ୍ଦ୍ରସ୍ଥଳୀ ପାଲଟିଛି । ଗତ ସପ୍ତାହରେ ଜର୍ମାନୀ ସଂକ୍ରମଣ ତାଲିକାର ୪ର୍ଥ ନମ୍ବରରେ ଥିଲା । ଚୀନ, ଇଟାଲୀ ଓ ଇରାନ ପରେ ସବୁଠୁ ଅଧିକ ସଂକ୍ରମିତଙ୍କ ସଂଖ୍ୟା ଥିଲା ଜର୍ମାନୀରେ । ମାତ୍ର ଜର୍ମାନୀ ତାର ରୋଗୀଙ୍କ ମୃତ୍ୟୁ ହାର କମ୍‌ ରଖିବାରେ ସଫଳ ହୋଇପାରିଲା ।

 

german-1

ଜର୍ମାନୀର ଏହି ସଫଳତା ପଛର ମୁଖ୍ୟ କାରଣ ଥିଲା ଆକ୍ରମଣାତ୍ମକ ରଣନୀତି । ଏଠାରେ ୨୦ ମାର୍ଚ୍ଚ ପର୍ଯ୍ୟନ୍ତ ପ୍ରାୟ ୨୦ ହଜାର ମାମଲା ମଧ୍ୟରୁ ମାତ୍ର ୬୭ ଜଣଙ୍କର ମୃତ୍ୟୁ ହୋଇଥିଲା । ଯେଉଁଠି ଇଟାଲିର ୪୭ ହଜାର ମାମଲା ମଧ୍ୟରୁ ମୃତ୍ୟୁ ସଂଖ୍ୟା ୪ ହଜାର ୩୨ ଥିଲା ।

ଆଶ୍ଚର୍ଯ୍ୟର କଥା ଦୁଇଟି ଦେଶରେ ସମାନ ସମୟରେ କରୋନା ସଂକ୍ରମଣ ଆରମ୍ଭ ହୋଇଥିଲେ ମଧ୍ୟ ମୁକାବିଲରେ ଜର୍ମାନୀ ଆଗରେ ରହିଛି । ଜର୍ମାନୀ ତୁଳନାରେ ଇଟାଲିରେ ମୃତ୍ୟୁହାର ୬୦ ଗୁଣା ଅଧିକ ବୋଲି ଜଣାପଡ଼ିଛି ।
୨୦ ମାର୍ଚ୍ଚ ମଧ୍ୟରେ ଜର୍ମାନୀ ପ୍ରାୟ ୨ଲକ୍ଷ ୮୦ ହଜାର ଜଣଙ୍କର ପରୀକ୍ଷଣ କରିଛି । ଯାହାକି ଅନ୍ୟ ୟୁରୋପିଅ ଦେଶ ତୁଳନାରେ ସର୍ବାଧିକ ।

ଅର୍ଥାତ ଜର୍ମାନୀ ସରକାର ଆରମ୍ଭରୁ ହିଁ ଭଲଭାବରେ ସତର୍କତା ଅବଲମ୍ବନ କରିଛନ୍ତି । ଯାହାକୁ କହନ୍ତି ‘ ପ୍ରିଭେନସନ୍‌ ଇଜ୍‌ ବେଟର ଦ୍ୟାନ କିୟୋର’ । ତେଣୁ ଜର୍ମାନୀ ଭଳି ସତର୍କତା ଅବଲମ୍ବନ କରିବାକୁ ଗବେଷକମାନେ ପ୍ରକାଶ କରିଛନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.