Below header

ଅପରାହ୍ନ ୫ଟାରେ ବାଜିଲା ତାଳି, ଥାଳି, ଘଣ୍ଟ ଓ ଶଙ୍ଖ, ଜନତା କର୍ଫ୍ୟୁକୁ ସଫଳ କଲା ସାରା ଭାରତ

ଭୁବନେଶ୍ୱର (କେ ନ୍ୟୁଜ୍‌) : କିଏ ହାତରେ ତାଳି ବଜାଉଥିଲା ତ ଆଉ କିଏ ଥାଳି ଧରି ଘଣ୍ଟ ଭଳି ବଜାଉଥିଲା । ପୁଣି କିଏ ଘଣ୍ଟ ତ ଶଙ୍ଖ ବଜାଇ କରୋନା ସହ ଲଢୁଥିବା ଡାକ୍ତର ଏବଂ ସ୍ୱାସ୍ଥ୍ୟକର୍ମୀଙ୍କ ସହ ବିଭିନ୍ନ ସ୍ୱେଚ୍ଛାସେବୀ ଓ ବ୍ୟକ୍ତି ବିଶେଷଙ୍କୁ ଧନ୍ୟବାଦ ଜଣାଇଛି ସାରା ଦେଶ । ଏଥିରୁ ବା ଓଡ଼ିଶା ବାଦ୍‌ ପଡ଼ିଥାନ୍ତା କେମିତି । ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ସବୁ ସ୍ଥାନରେ ଏକାଠି ହୋଇ କରୋନା ବିରୋଧରେ ଲଢୁଥିବା ଯୋଦ୍ଧାମାନଙ୍କୁ ସଲାମ୍‌ କରିଥିଲେ । ଦିଲ୍ଲୀରୁ ପଲ୍ଲୀ , ସହରରୁ ଗାଁ, ଚାଳି ଘରୁ ଆପାର୍ଟମେଣ୍ଟ ଯାଏ ସବୁଠାରେ ଏହି ଦୃଶ୍ୟ ଦେଖିବାକୁ ମିଳିଥିଲା । ସେ ଛୋଟ ପିଲା ହେଉ କି ବୟସ୍କ, ନେତା ହୁଅନ୍ତୁ କି ମନ୍ତ୍ରୀ ଅବା ସାଧାରଣ ଲୋକ ସମସ୍ତେ ଏଥିରେ ସାମିଲ ହୋଇଥିଲେ ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆହ୍ଵାନରେ କରୋନା ବିରୋଧରେ ଲଢ଼େଇ ଏବଂ ଏହାକୁ ହରାଇବା ପାଇଁ ଯେଉଁ ଶପଥ ନିଆଯାଇଛି ତାର ଏକ ଉଦାହରଣ ଦେଖିବାକୁ ମିଳିଥିଲା ଆଜି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.