ଛାତ୍ରଛାତ୍ରୀଙ୍କୁ ମିଳିବ ମଧ୍ୟାହ୍ନ ଭୋଜନରେ ଶୁଖିଲା ସାମଗ୍ରୀ, ଏକାଥରକେ ତିନି ମାସର ମିଳିବ ମିଡ ଡେ ମିଲ୍‌

କେନ୍ୟୁଜ୍(ବ୍ୟୁରୋ):  ମଧ୍ୟାହ୍ନ ଭୋଜନ ପାଇଁ ଛାତ୍ରଛାତ୍ରୀଙ୍କୁ ମିଳିବ ଶୁଖିଲା ସାମଗ୍ରୀ। ଏକାଥରକେ ତିନି ମାସ ପାଇଁ ଶୁଖିଲା ସାମଗ୍ରୀ ପ୍ରଦାନ କରାଯିବ। ପ୍ରଧାନଶିକ୍ଷକ ଅଭିଭାବକଙ୍କୁ ଟୋକନ୍‌ ଦେବେ। ଏହି ଟୋକନ୍‌ ଦେଖାଇ ଅଭିଭାବକମାନେ ସାମଗ୍ରୀ ନେଇ ପାରିବେ। ମାର୍ଚ୍ଚରୁ ଜୁନ୍‌ ୧୩ ଯାଏ ଦିଆଯିବ ଶୁଖିଲା ଖାଦ୍ୟ। ସ୍ଥାନୀୟ ପିଡିଏସ୍‌ ବିତରଣ କେନ୍ଦ୍ର ସାମଗ୍ରୀ ଯୋଗାଇବେ। ପ୍ରଥମରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ପିଲାଙ୍କୁ ୩ କେଜି ଚାଉଳ, ଷଷ୍ଠରୁ ଅଷ୍ଟମଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ସାଢେ ୪ କିଲୋ ଚାଉଳ ମିଳିବ । ବିଇଓ ଓ ଏମଆଇମାନେ ସମନ୍ଵୟ ରକ୍ଷା କରିବେ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.