ହୋମ୍‌ କ୍ୱାରେଣ୍ଟାଇନ୍‌ ଉଲ୍ଲଂଘନ, ଭୁବନେଶ୍ୱରରେ ୨ ଜଣ ଓ କଟକରେ ଜଣଙ୍କ ନାଁରେ ମାମଲା ରୁଜୁକଲା ପୋଲିସ

କେନ୍ୟୁଜ୍(ବ୍ୟୁରୋ):ହୋମ୍‌ କ୍ୱାରେଣ୍ଟାଇନ୍‌ ଉଲ୍ଲଂଘନ ଅଭିଯୋଗରେ ୩ ଜଣଙ୍କ ବିରୋଧରେ ମାମଲା । ଭୁବନେଶ୍ୱରରେ ୨ ଜଣ ଓ କଟକରେ ଜଣଙ୍କ ନାଁରେ ଥାନାରେ ମାମଲା ରୁଜୁ କରାଯାଇଛି । କଟକରେ ଜଣେ ଆମେରିକା ଫେରନ୍ତା ହୋମ୍‌ କ୍ୱାରେଣ୍ଟାଇନ ଗାଇଡଲାଇନ୍‌ ଉଲ୍ଲଂଘନ କରିଥିବା ଅଭିଯୋଗ ହୋଇଛି । ବାହାରେ ବୁଲିବା ଅଭିଯୋଗରେ ତାଙ୍କ ବିରୋଧରେ ମାମଲା ରୁଜୁ କରିଛି ପୁରୀଘାଟ ଥାନା ପୋଲିସ । ସେହିପରି ଭୁବନେଶ୍ୱର ଶୈଳଶ୍ରୀ ବିହାରରେ ଦୁଇ ଜଣ ହୋମ କ୍ୱାରେଣ୍ଟାଇନ ଗାଇଡଲାଇନ ଉଲ୍ଲଂଘନ କରି ବାହାରେ ବୁଲିବା ଅଭିଯୋଗ ହୋଇଛି । ବିଏମସି ପକ୍ଷରୁ ସେମାନଙ୍କ ନାଁରେ ଚନ୍ଦ୍ରଶେଖରପୁର ଥାନାରେ ଏତଲା ଦିଆଯାଇଛି । ସେମାନଙ୍କୁ ଆମ୍ବୁଲାନ୍‌ସରେ ଉଠାଇ ନିଆଯାଇ ସରକାରୀ କ୍ୱାରେଣ୍ଟାଇନରେ ରଖାଯାଇଛି ।

 

 

 

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.