Below header

ଚର୍ଚ୍ଚାରେ ଓଡିଶା, ଜାଣନ୍ତୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ଓଡିଶା କାହିଁକି ସାଜିଲା କରୋନା ଯୁଦ୍ଧରେ ଜାଗ୍ରତ ପ୍ରହରୀ

କରୋନା ମୁକାବିଲାରେ ସର୍ବଦା ଆଗରେ ରହିଛି ଓଡିଶା । ସାରା ଦେଶରେ କରୋନାରେ ସବୁଠାରୁ କମ ମୃତ୍ୟୁହାର ଏବଂ ରୋଗୀଙ୍କ ସଂଖ୍ୟା ମଧ୍ୟ ସବୁଠାରୁ କମ ଥିବା ସତ୍ତ୍ୱେ ଦିନକୁ ୧୫୦୦ ନମୁନା ପରୀକ୍ଷା କରାଯାଉଛି । ଆଗକୁ ଏହି ସଂଖ୍ୟା ୫୦୦୦ହଜାର କରିବାକୁ ରାଜ୍ୟ ସରକାର ଲକ୍ଷ୍ୟ ରଖିଛନ୍ତି। ରାଜ୍ୟରେ ମୋଟ୍‌ ୬୦ ଜଣ କରୋନା ପଜେଟିଭ୍‌ଙ୍କ ମଧ୍ୟରୁ ୧୯ ଜଣ ସୁସ୍ଥ ହୋଇଛନ୍ତି । ତେବେ ଆକ୍ରାନ୍ତଙ୍କ ମଧ୍ୟରୁ ଭୁବନେଶ୍ୱର ୪୬ ଜଣ ଅଛନ୍ତି । ଏଠାକାର ଜନସାଧାରଣଙ୍କ ସହଯୋଗ ଯୋଗୁଁ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ନାହିଁ ।

୧. ଓଡିଶା ଭାରତର ପ୍ରଥମ ରାଜ୍ୟ ଯିଏକି ସାରାଦେଶ ଲକ୍ ଡାଉନ୍ ହେବା ପୂର୍ବରୁ ରାଜ୍ୟର ୪୦ ପ୍ରତିଶତ ଲକ୍ ଡାଉନ୍ ଘୋଷଣା କରିସାରିଥିଲା ଯାହାକି ଭାରତ ଇତିହାସରେ ସବୁଠାରୁ ବଡ ।

୨. ଓଡିଶା ଭାରତର ପ୍ରଥମ ରାଜ୍ୟ ଯିଏକି ପ୍ରଥମେ ରାଜ୍ୟରେ ଥିବା ପ୍ରଫେସନାଲ ହସ୍ପିଟାଲ ଗୁଡିକୁ ସରକାରୀ COVID ହସ୍ପିଟାଲ ରୂପେ ଆରମ୍ଭ କରିଥିଲା

୩. ଓଡିଶା ପ୍ରଥମ ରାଜ୍ୟ ଯିଏକି ତାର ପ୍ରତ୍ୟେକଟି ଜିଲ୍ଲାରେ COVID ହସ୍ପିଟାଲ ଆରମ୍ଭ କରିଛି ।

୪. ଓଡିଶା ପ୍ରଥମ ରାଜ୍ୟ ଯିଏକି ରାଜ୍ୟ ବାହାରୁ ଫେରୁଥିବା ଲୋକମାନଙ୍କ ପାଇଁ ପ୍ରଥମ ଅନଲାଇନ୍ ରେଜିଷ୍ଟ୍ରେସନ୍ ଆରମ୍ଭ କରିଥିଲା ।

୫. ଓଡିଶା ପ୍ରଥମ ରାଜ୍ୟ ଯିଏକି ଲକଡାଉନ ସମୟରେ ଅତ୍ୟାବଶ୍ୟକ ଦ୍ରବ୍ୟର ଲାଭ ପାଇବା ପାଇଁ ପାଇଁ ଅନଲାଇନ୍ ପାସ ଯୋଗାଇ ଦେଇଥିଲା ।

୬. ଓଡିଶା ପ୍ରଥମ ରାଜ୍ୟ ଯିଏକି ପ୍ରଥମ ମାମଲା ଚିହ୍ନଟ ହେବା ପୂର୍ବରୁ ରେଳ ଷ୍ଟେସନ, ବିମାନବନ୍ଦର ଏବଂ ସମୁଦ୍ର ବନ୍ଦରରେ ଦକ୍ଷ ସ୍କ୍ରିନିଂ ଏବଂ ଆବଶ୍ୟକ ପ୍ରତିବନ୍ଧକ ଲଗାଇଥିଲା ।

୭. ଓଡିଶା ପ୍ରଥମ ରାଜ୍ୟ ଯିଏକି ହୋମ କ୍ଵାରେନଣ୍ଟାଇନରେ ଥିବା ଲୋକମାନଙ୍କ ପାଇଁ କମ୍ୟୁନିଟି ମନିଟରିଂ ଆରମ୍ଭ କରିଥିଲା ।

୮. ଓଡିଶା ପ୍ରଥମ ରାଜ୍ୟ ଯିଏକି ଟ୍ରାଭେଲ ହିଷ୍ଟ୍ରୀ ଘୋଷଣା ବାବଦରେ ୧୫ ହଜାର ଟଙ୍କା ପ୍ରୋତ୍ସାହନ ରାଶି ଯୋଗାଇ ଦେଇଛି ଯାହାକି କରୋନା ଯୁଦ୍ଧରେ ଏକ ବଡ଼ ସଫଳତା ଦେଇଛି ।

୯. ଓଡିଶା ପ୍ରଥମ ରାଜ୍ୟ ଯିଏକି ରାଜ୍ୟ ବାହାରୁ ଆସୁଥିବା ଲୋକଙ୍କ ପାଇଁ ଉତ୍ସର୍ଗୀକୃତ ହେଲ୍ପଲାଇନ ଏବଂ ହ୍ଵାଟ୍ସଆପ ନମ୍ବର ଉପଲବ୍ଧ କରାଇଛି ।

୧୦. ଓଡିଶା ପ୍ରଥମ ରାଜ୍ୟ ଯିଏକି ପ୍ରଥମେ ଟେଲିମେଡିସିନ୍ ହେଲ୍ପଲାଇନ ଆରମ୍ଭ କରିଛି ।

୧୧. ଓଡିଶା ପ୍ରଥମ ରାଜ୍ୟ ଯିଏକି ଲକଡାଉନ ସମୟରେ ପଶୁମାନଙ୍କୁ ଖାଇବାକୁ ଦେବା ପାଇଁ ସ୍ୱତନ୍ତ୍ର ପାଣ୍ଠି ଯୋଗାଇ ଦେଇଛି ଏବଂ ଏହି ପ୍ରୟାସ ପାଇଁ PETA ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ ପୁରସ୍କୃତ ମଧ୍ୟ କରାଯାଇଛି ।

୧୨. ଓଡିଶା ପ୍ରଥମ ରାଜ୍ୟ ଯିଏକି କ୍ଵାରେନଣ୍ଟାଇନ ନିର୍ଦ୍ଦେଶାବଳୀ ଉଲ୍ଲଂଘନ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେଇଛି ।

୧୩. ଓଡିଶା ପ୍ରଥମ ରାଜ୍ୟ ଯିଏକି କରୋନା ସମ୍ପର୍କିତ ସୋସିଆଲ ମିଡିଆରେ ଗୁଜବ ଏବଂ ମିଥ୍ୟା ଖବର ପ୍ରଚାର କରୁଥିବା ବ୍ୟକ୍ତିଙ୍କ ବିରୋଧରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ନେଇଛି ।

୧୪. ଓଡିଶା ପ୍ରଥମ ରାଜ୍ୟ ଯିଏକି ଖଳ ଲୋକମାନଙ୍କର ନିର୍ଦ୍ଦିଷ୍ଟ ସମ୍ପ୍ରଦାୟ ବିରୁଦ୍ଧରେ ଅନେକ କୁବିଚାର ସତ୍ତ୍ୱେ ସମ୍ପ୍ରଦାୟିକତା ସଦଭାବନା ବଜାୟ ରଖିଛି ।

୧୫. ଓଡିଶା ପ୍ରଥମ ରାଜ୍ୟ ଯିଏକି ଏଭଳି ସଙ୍କଟ ସ୍ଥିତିରେ ସମସ୍ତ ପଞ୍ଚାୟତରେ ଥିବା ଗରିବ ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦେଇଛି ।

୧୬. ଓଡିଶା ପ୍ରଥମ ରାଜ୍ୟ ଯିଏକି ରାଜ୍ୟରେ ଫସି ରହିଥିବା ଅତିଥି ଶ୍ରମିକମାନଙ୍କ ପାଇଁ ସ୍ୱତନ୍ତ୍ର ହେଲ୍ପଲାଇନ ଆରମ୍ଭ କରିଛି ।

୧୭. ଓଡିଶା ପ୍ରଥମ ରାଜ୍ୟ ଯିଏକି ରାଜ୍ୟରେ ଥିବା ଅତିଥି ଶ୍ରମିକମାନଙ୍କୁ ପର୍ଯ୍ୟାପ୍ତ ଖାଦ୍ୟ, ଜଳ, ଆଶ୍ରୟ ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ସେବା ଯୋଗାଇ ଦେଇଛି ।

୧୮. ଓଡିଶା ପ୍ରଥମ ରାଜ୍ୟ ଯିଏକି ରାଜ୍ୟରେ ନୋଡାଲ ଅଫିସର ନିଯୁକ୍ତ କରିବା ସହିତ ଅନ୍ୟ ରାଜ୍ୟରେ ଫସି ରହିଥିବା ଶ୍ରମିକମାନଙ୍କୁ ସାହାଯ୍ୟ କରିବା ପାଇଁ ହେଲ୍ପଲାଇନ ଜାରି କରିଛି ।

୧୯. ଓଡିଶା ପ୍ରଥମ ରାଜ୍ୟ ଯିଏକି ରାଜ୍ୟରେ ଅଗ୍ରିମ ତିନିମାସ ପାଇଁ PDS ଯୋଗାଣ ବଣ୍ଟନ କରିଛି ।

୨୦. ଓଡିଶା ପ୍ରଥମ ରାଜ୍ୟ ଯିଏକି WSHGSକୁ ସିଧାସଳଖ ମହାମାରୀ ପରିଚାଳନାରେ ଜଡିତ କରାଇଛି ।

୨୧. ୧୪ ଏପ୍ରିଲରୁ ୩୦ ଏପ୍ରିଲ ପର୍ଯ୍ୟନ୍ତ ଲକଡାଉନ୍ ୨.୦ ଆରମ୍ଭ କରିଥିବା ପ୍ରଥମ ରାଜ୍ୟ ହେଉଛି ଓଡିଶା ।

୨୨. ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାସ୍ଥ୍ୟ ଓ ଉନ୍ନତି ପାଇଁ ୨୨୦୦ କୋଟି ଟଙ୍କା ପ୍ୟାକେଜ୍ ଘୋଷଣା କରିଛନ୍ତି ।

ଏହିସବୁ ବ୍ୟତୀତ ଅତୀତର ପ୍ରାକୃତିକ ବିପର୍ଯ୍ୟୟ ପରେ ଓଡିଶା ଏକ ତଥାକଥିତ ଗରିବ ରାଜ୍ୟ ବୋଲାଉଥିବା ସତ୍ତ୍ୱେ ସାରା ବିଶ୍ଵର ଏଭଳି ସଙ୍କଟମୟ ପରିସ୍ଥିତିରେ ଆମ ଓଡିଶା ଏକା ଉଦାହରଣ ସୃଷ୍ଟି କରିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.