Below header

ରାମାୟଣ ଓ ମହାଭାରତ ପରେ ଆରମ୍ଭ ହେଲା ଏହି ଲୋକପ୍ରିୟ କାର୍ଟୁନ ଶୋ, ଏବେ ଶକ୍ତିମାନ ସହ କରିବ ଲଢେଇ

ଲକ୍‌ଡାଉନରେ ସବୁଠାରୁ ଅଧିକ ନାମ କମାଇଛି ଦୂରଦର୍ଶନ। ଏବେ ସବୁ ଟିଭି ଚ୍ୟାନେଲର ଟିଆରପି କାଟି ଦୂରଦର୍ଶନ ଆଗରେ। ରାମାୟଣ, ମହାଭାରତ ଭଳି ପୌରାଣିକ ଧାରାବାହିକକୁ ଆଉ ଥଷର ପ୍ରସାରଣ କରି ଦୂରଦର୍ଶନ ଟିଆରପିରେ ରେକର୍ଡ ସୃଷ୍ଟି କରିଛି। ରାମାୟଣରେ ଶେଷ ଏପିଶୋଡ ଆଜି ସରିବାକୁ ଯାଉଛି। ତେଣୁ ଦୂରଦର୍ଶନ ନିଜର ଟିଆରପି ବଜାୟ ରଖିବା ପାଇଁ ନୂଆ ଟିଭି କାର୍ଟୁନ ଶୋ ‘ଛୋଟା ଭିମ’କୁ ପୁନଃ ପ୍ରସାରଣ କରିବାକୁ ଯାଉଛି।

bhem

କିଡସ୍‌ ଏଣ୍ଟରଟେନମେଣ୍ଟ ଚ୍ୟାନେଲ ‘ପୋଗୋ’ ଦୂରଦର୍ଶନ ସହିତ ହାତ ମିଳାଇଛି। ଆଜିଠାରୁ ଦୂରଦର୍ଶନରେ ଦିନ ୨ଟାରେ ଟେଲିକାଷ୍ଟ ହେବ। ଲକଡାଉନ ସରିବା ପର୍ଯ୍ୟନ୍ତ ଏହି ସିରିଅଲ ଦୂରଦର୍ଶନରେ ପ୍ରସାରିତ ହେବ। ଏହି ସିରିଅଲ ଏବେ ଶକ୍ତିମାନକୁ ଟକ୍କର ଦେବ ବୋଲି ଜଣାପଡିଛି। ପିଲାମାନଙ୍କ ମନ ପସନ୍ଦର ଶୋ ଯୋଗୁଁ ଲକଡାଉନରେ ସେମାନଙ୍କର ମନୋରଂଜନ ହୋଇପାରୁଛି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.