ରାଜ୍ୟରେ ଜୁଲାଇ ୧୬ ତାରିଖ ଯାଏ ବଢ଼ିଲା ଲକ୍ଡାଉନ୍, ଜାଣନ୍ତୁ କଣ ରହିଛି ନିୟମ

ଭୁବନେଶ୍ବର(କେନ୍ଯୁଜ୍): ଜୁଲାଇ ଗାଇଡଲାଇନ ନେଇ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ପ୍ରେସମିଟ୍ । ଆସିଲା ଜୁଲାଇ ପାଇଁ ଗାଇଡଲାଇନ୍। ରାଜ୍ୟରେ ଜୁଲାଇ ୧୬ ତାରିଖ ଯାଏ ପୁଣି ବଢିଲା ଆଂଶିକ ଲକ୍ଡାଉନ୍ ।
ଜାଣନ୍ତୁ ଲାଗୁ ହେଲା କେଉଁ ନିୟମ:
-ସଂକ୍ରମଣ କମିଥିବାରୁ କାଟେଗୋରୀ Aକୁ ଗଲେ ୩ ଜିଲ୍ଲା
– ଅନୁଗୁଳ, ଢେଙ୍କାନାଳ ଓ କେନ୍ଦୁଝର ‘A’ କ୍ୟାଟେଗୋରୀକୁ ଆସିଲେ
-କାଟେଗୋରୀ Aରେ ଥିବା ୨୦ ଜିଲ୍ଲା ଓ କାଟେଗୋରୀ B ରେ ଥିବା ୧୦ ଜିଲ୍ଲା
-୨୦ଟି ଜିଲ୍ଲାରେ ସକାଳ ୬ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ସମସ୍ତ ଦୋକାନ ବଜାର କୋଭିଡ୍ କଟକଣା ସହ ଖୋଲାଯିବ
-ଏସବୁ ଜିଲ୍ଲାରେ ସପ୍ତାହାନ୍ତ ସଟ୍ଡାଉନ୍ ହେବ ନାହିଁ
-ଏସବୁ ଜିଲ୍ଲାରେ ସେଲୁନ୍ ଖୋଲିବାକୁ ଓ ଫିଲ୍ମ ସୁଟିଂ ପାଇଁ ଅନୁମତି
-କ୍ୟାଟେଗୋରୀ ‘ବି’ରେ ରହିଥିବା୧୦ଟି ଜିଲ୍ଲାରେ ସକାଳ ୬ରୁ ଦିନ ୨ଟା ଯାଏ ଦୋକାନ ଖୋଲା ରହିବ
– ଏହି ଜିଲ୍ଲାରେ ବସ୍ ପରିବହନ ବନ୍ଦ ରହିବ
-ସାରା ରାଜ୍ୟରେ ସନ୍ଧ୍ୟା ୬ଟାରୁ ସକାଳ ୬ଟା ଯାଏ ନାଇଟ୍ କର୍ଫ୍ୟୁ ରହିବ
– କ୍ୟାଟେଗୋରୀ ‘ବି’ରେ ଥିବା ୧୦ଟି ଜିଲ୍ଲାରେ ପୂର୍ବ ପରି ସପ୍ତାହାନ୍ତ ସଟ୍ଡାଉନ୍ ରହିବ
-ହୋଟେଲ ଓ ଉଠା ଜଳଖିଆ ଦୋକାନୀମାନେ ପାର୍ସଲରେ ଖାଦ୍ୟ ଦେବେ
-ଶିକ୍ଷାନୁଷ୍ଠା ପୂର୍ବ ପରି ପନ୍ଦ ରଖିବାକୁ ନିର୍ଦ୍ଦେଶ