କୋଲକାତାରେ ଲଜ୍ଜା! ଆୟୁର୍ବେଦିକ ଡାକ୍ତର କଲେ କୁକୁରକୁ ଦୁଷ୍କର୍ମ, ଏମିତି ଧରିଲେ ପଡ଼ୋଶୀ ମହିଳା

ପଶ୍ଚିମବଙ୍ଗ ରାଜଧାନୀ କୋଲକାତାରେ ଏମିତି ଏକ ଲଜ୍ଜାଜନକ ଘଟଣା ଘଟିଛି, ଯାହା ବିଷୟରେ ଶୁଣିଲେ ଆପଣ ବି ମୁହଁ ଲୁଚାଇ ଦେବେ। ଏଠାରେ ଜଣେ ଡାକ୍ତର ଏକ କୁକୁରକୁ ଦୁଷ୍କର୍ମ କରିଛନ୍ତି। ସେ ଜଣେ ଆୟୁର୍ବେଦିକ ଡାକ୍ତର, ଯାହାଙ୍କ ବିରୋଧରେ ଏବେ ଥାନାରେ ମାମଲା ରୁଜୁ ହୋଇଛି। ଘଟଣାଟି କୋଲକାତାର ରିଜେଣ୍ଟ ପାର୍କ ଅଞ୍ଚଳରେ ମଙ୍ଗଳବାର ସନ୍ଧ୍ୟାରେ ଘଟିଛି।

ଜଣେ ଡାକ୍ତର ଜାଣିଶୁଣି ଏକ ନିରୀହ ପଶୁ ସହିତ ଏମିତି ଘୃଣ୍ୟ କାର୍ଯ୍ୟ କରିଥିବାର ଜାଣି ସମସ୍ତେ ଆଶ୍ଚର୍ଯ୍ୟ ହୋଇଯାଇଛନ୍ତି। ଏହି ଅଞ୍ଚଳରେ ରହୁଥିବା ଜଣେ ମହିଳା ୧୦୦ ନମ୍ବରକୁ ଫୋନ୍‌ କରି ଲାଲବଜାର ଥାନାରେ ଏ ନେଇ ଅଭିଯୋଗ କରିଥିଲେ। ଅଭିଯୋଗ ପାଇ ପୋଲିସ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲା।

ତେବେ ଅଭିଯୁକ୍ତ ଡାକ୍ତରଙ୍କ ବୟସ ୬୦ ବର୍ଷ ବୋଲି କୁହାଯାଉଛି। ଏବେ ତାଙ୍କୁ ପୋଲିସ ଥାନାରେ ଅଟକ ରଖିଛି। ଡାକ୍ତର ଜଣକ ସ୍ଥାନୀୟ ଅରବିନ୍ଦ ପାର୍କରେ ନିଜ ଜେଜେମା’ଙ୍କ ଘରେ ବିଗତ ଦେଢ଼ ବର୍ଷ ହେବ ସ୍ତ୍ରୀଙ୍କ ସହିତ ରହି ଆସୁଥିଲେ ଏବଂ ସେ ନିଜକୁ ଜଣେ ଆୟୁର୍ବେଦିକ ଡାକ୍ତର ବୋଲି କହୁଥିଲେ।

ଅଭିଯୋଗକାରୀ ମହିଳା କହିଛନ୍ତି କି, ପାଖ ଘରେ ରହୁଥିବା ଏକ କୁକୁରକୁ ଖେଳାଇବା ନାଁରେ ଅଭିଯୁକ୍ତ ଡାକ୍ତର ତାକୁ ନିଜ ଘରକୁ ନେଇ ଯାଇଥିଲେ। କିଛି ସମୟ ପରେ ସେହି କୁକୁରଟି ଜୋର୍‌ରେ ଚିଲ୍ଲାଇବାର ଶୁଣି ମୁଁ ସେଠାକୁ ଯାଇ ଦେଖିଲି ଯେ କୁକୁରର ଗୁପ୍ତାଙ୍ଗରୁ ରକ୍ତ ବାହାରୁଛି। ଏହାପରେ ଡାକ୍ତରଙ୍କ କୁକର୍ମର ପର୍ଦ୍ଦାଫାଶ ହୋଇଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.