କୋଭିଡ୍ ଲଢେଇରେ ଟେଷ୍ଟିଂ, ଟ୍ରେସିଂ ଓ ଟ୍ରିଟ୍ମେଣ୍ଟକୁ ଗୁରୁତ୍ୱ: ପ୍ରତ୍ୟେକ ଦିନ ରାଜ୍ୟରେ ଚାଲିଛି ୫୦ ହଜାର ଉପରେ କରୋନା ପରୀକ୍ଷା

ଭୁବନେଶ୍ବର: ଆଜି ରାଜ୍ୟରେ ୩୦ ଲକ୍ଷ ପାର୍ ହେଲା କରୋନା ଟେଷ୍ଟିଂ। କୋଭିଡ୍ ଲଢେଇରେ ଟେଷ୍ଟିଂ, ଟ୍ରେସିଂ ଓ ଟ୍ରିଟ୍ମେଣ୍ଟକୁ ଗୁରୁତ୍ୱ ଦିଆଯାଇ ଆସୁଛି। ଏଥିରେ ରାଜ୍ୟ ସରକାର ଏବେ ଦୈନିକ ଟେଷ୍ଟିଂ ସଂଖ୍ୟା ବଢାଇ ଚାଲିଛନ୍ତି । ପ୍ରତ୍ୟେକ ଦିନ ୫୦ ହଜାର ଉପରେ ଟେଷ୍ଟିଂ ଚାଲିଥିବା ବେଳେ ଆଜି ଏହି ସଂଖ୍ୟା ୩୦ ଲକ୍ଷ ପାର୍ କରିଛି।
ଗତ ୨୪ ଘଣ୍ଟାରେ ୫୨ ହଜାର ୮୮୨ ଟେଷ୍ଟ କରାଯାଇଛି। RTPCR, ଆଣ୍ଟିଜେନ୍ ଓ ଟ୍ରୁନାଟ ମାଧ୍ୟମରେ ଏହିସବୁ ଟେଷ୍ଟ କରାଯାଇଛି । ୪୪,୫୧୪ ଆଣ୍ଟିଜେନ୍ ଟେଷ୍ଟ, ୮୨୭୫ଟି RTPCR ଓ ୯୩ଟି ଟ୍ରୁନାଟ ଟେଷ୍ଟ କରାଯାଇଛି । କେନ୍ଦୁଝରରେ ସର୍ବାଧିକ ୫ ହଜାର ୨୧୧ ଟେଷ୍ଟ ହୋଇଥିବା ବେଳେ ଗଞ୍ଜାମରେ ୪୬୬୬, ମୟୂରଭଞ୍ଜରେ ୪୫୬୯, କେନ୍ଦ୍ରାପଡ଼ାରେ ୪୫୨୧ ଜଣଙ୍କ ଟେଷ୍ଟିଂ ହୋଇଛି ।