ଭାରତରେ କରୋନା ନେବ ଆହୁରି ମୁଣ୍ଡ ! ନୀତି ଆୟୋଗ ଦେଲା ଏହି ଚାଞ୍ଚଲ୍ୟକର ଚେତାବନୀ

ଭାରତରେ କରୋନା ସଂକ୍ରାମିତଙ୍କ ସଂଖ୍ୟା ଦିନ କୁ ଦିନ ବଢ଼ିବାରେ ଲାଗିଛି । ନୀତି ଆୟୋଗ ସଦସ୍ୟ ଡାକ୍ତର ବି.କେ. ପଲଙ୍କ କହିବା ଅନୁଯାୟୀ, ଯଦି ବେଳହୁଁ ସାବଧାନତା ଅବଲମ୍ବନ ନକରାଯାଏ ତେବେ ଭାରତ ଜଣସଂଖ୍ୟାର ପ୍ରାୟ ୮୫ ପ୍ରତିଶତ ବା ୧୦୦ କୋଟି ଲୋକେ କରୋନା ସଂକ୍ରମିତ ହେବାର ଆଶଙ୍କା ରହିଛି । ଡାକ୍ତର ପଲଙ୍କ ଅନୁଯାୟୀ ଲୋକେ ମାସ୍କ ପିନ୍ଧିବା, ସାମାଜିକ ଦୂରତା ଅବଲମ୍ବନ କରିବା ନିୟମକୁ କଡାକଡ଼ି ଭାବରେ ପାଳନ କରିବା ଉଚିତ । ଦ୍ରୁତ ଗତିରେ ବଢି ଚାଲିଥିବା କୋଭିଡ ସଂକ୍ରମଣକୁ ରୋକିବାରେ ଏହା ହିଁ ଏକମାତ୍ର ସରଳ ତଥା ଉପଯୁକ୍ତ ଉପାୟ । ଡ଼ାକ୍ତର ପଲଙ୍କ ଅନୁଯାୟୀ, କୋଭିଡ ଏକ ଏମିତି ମାରାତ୍ମକ ଭାଇରସ ଯାହା ଜଣଙ୍କ ଠାରୁ ପାଞ୍ଚ ଜଣଙ୍କୁ ଓ ପାଞ୍ଚ ଜଣଙ୍କ ଠାରୁ ପଚାଶ ଜଣଙ୍କୁ ବ୍ୟାପି ଯାଇପାରେ । ଯଦିବା ଅତି ଦ୍ରୁତ ଗତିରେ ସଂକ୍ରମଣ ହାର ବଢିଚାଲିଛି ତଥାପି ଦେଶରେ ବର୍ତ୍ତମାନ ସୁଦ୍ଧା ଏକ ପ୍ରକାର ନିୟନ୍ତ୍ରଣରେ ଅଛି କରୋନା ସ୍ଥିତି ।

ଆଉ ଏକ ସମ୍ବେଦନଶୀଳ ତଥ୍ୟ ଦେଇଛନ୍ତି ଡାକ୍ତର ପଲ । ତାଙ୍କ କହିବା ଅନୁଯାୟୀ, ବର୍ତ୍ତମାନ ସମୟରେ ୮୦ରୁ ୮୫ ପ୍ରତିଶତ ଭାରତୀୟ ଅତି ସମ୍ବେଦନଶୀଳ ଶ୍ରେଣୀରେ ଥିବା ବେଳେ ବାକି ୧୫ ପ୍ରତିଶତ ପୂର୍ବରୁ ହିଁ କରୋନା ସଂକ୍ରମିତ ହୋଇସାରିଛନ୍ତି ଅଥବା ସେମାନଙ୍କ ଶରୀରର ପ୍ରତିଷେଧକ କ୍ଷମତା ଖୁବ ସୁଦୃଢ଼ ରହିଛି । ଆଇସିଏମଆର ଦ୍ୱାରା ଜାରି ହୋଇଥିବା ଏକ ରିପୋର୍ଟରେ ବି ଏହି ସମାନ ତଥ୍ୟ ପ୍ରକାଶ ପାଇଛି । ଏହାବାଦ କିଛି ଦିନ ତଳେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ହର୍ଷବର୍ଦ୍ଧନ ଏକ ସମ୍ମେଳନରେ କହିଥିଲେ, ଶରୀରରେ “ହର୍ଡ଼ ଇମ୍ୟୁନିଟି” ନିର୍ମାଣ କରିବା ପାଇଁ ଆହୁରି ସମୟ ଲାଗିଯିବ | ଏବେ

କେବଳ ମାତ୍ର ମହାମାରୀ ପ୍ରଭାବକୁ ରୋକିବା ପାଇଁ କେବଳ ମାତ୍ର ହସ୍ପିଟାଲ ସ୍ତରରେ ହିଁ ପ୍ରସ୍ତୁତି ଜାରି ରଖାଯାଇଛି । ଆଇସିଏମଆର ତରଫରୁ ଏହା ମଧ୍ୟ ଦର୍ଶାଯାଇଛିକି, ସେରୋ ସର୍ଭେରୁ କେତେ ଜନସଂଖ୍ୟା ଏବେ କରୋନା ସଂକ୍ରମିତ ଅଛନ୍ତି, ରଣନୀତି ଠିକ ଭାବରେ କାର୍ଯ୍ୟ କରୁଛିକି ନାହିଁ ସେବାବଦରେ ସହଜରେ ମୂଲ୍ୟାୟନ ହୋଇପାରିଥାଏ । ଆଇଆସିଏମଆରର ଆଉ ଜଣେ ବିଶେଷଜ୍ଞ ଲଳିତ କାନ୍ତଙ୍କ କହିବା ଅନୁଯାୟୀ, ଆଗକୁ ଅନେକ ପର୍ବପର୍ବାଣି ଋତୁ ଆସୁଛି । ଯଦି ସାବଧାନତା ଅବଲମ୍ବନ ନକରାଯାଏ ତେବେ ଆଗକୁ ପରିସ୍ଥିତି ଭୟଙ୍କର ହୋଇଯାଇପାରେ ।

 

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.