Below header

ମୁମ୍ବାଇରେ କରୋନା ନେଲା ଜଣେ ଓଡ଼ିଆଙ୍କ ଜୀବନ

ମୁମ୍ବାଇ: କରୋନାରେ ମୁମ୍ବାଇରେ ଜଣେ ଓଡ଼ିଆଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ତାଙ୍କ ଘର ଗଞ୍ଜାମରେ । ଦୀର୍ଘ ବର୍ଷ ହେଲା ମୁମ୍ବାଇର ଶାକିନାକା ବୈଲ୍‌ ବଜାରର ସନ୍ଦେଶ ନଗରରେ ରହୁଥିଲେ । ସେଠାରେ ସେ ଅଟୋ ଚାଳକ ଭାବେ କାମ କରୁଥିଲେ । ମୃତକ ଜଣଙ୍କ ଶ୍ୱାସଜନିତ ରୋଗରେ ପୀଡିତ ଥିଲେ । ସେ କରୋନାରେ ଆକ୍ରାନ୍ତ ଜଣାପଡିବା ପରେ ପରିବାର ଓ ମୁମ୍ବାଇ ମ୍ୟୁନିସିପାଲଟି ସ୍ୱାସ୍ଥ୍ୟକର୍ମୀଙ୍କ ଦ୍ୱାରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ସେଠାରେ ତାଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ପରିବାରର ଅନ୍ୟ ସଦସ୍ୟଙ୍କୁ କ୍ୱାରେଣ୍ଟାଇନରେ ରଖାଯିବା ସହ ସେହି ସ୍ଥାନକୁ ସାନିଟାଇଜ ଓ ସିଲ୍‌ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.