ପୁଣି ୧ ହଜାର ଉପରେ ଦୈନିକ ସଂକ୍ରମଣ: ଗତ ୨୪ ଘଣ୍ଟାରେ ରାଜ୍ୟରେ ୧ ହଜାର ୪୧ ପଜିଟିଭ୍‌ ଚିହ୍ନଟ, ୬୪ମୃତ

ଭୁବନେଶ୍ବର(କେନ୍ଯୁଜ୍): ପୁଣି ୧ ହଜାର ଉପରେ ଦୈନିକ ସଂକ୍ରମଣ । ଗତ ୨୪ ଘଣ୍ଟାରେ ରାଜ୍ୟରେ ୧ ହଜାର ୪୧ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଆଜି ଆଉ ୬୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଆଜି ପଜିଟିଭ୍‌ ରେଟ୍‌ ରହିଛି ୧.୮୩ ପ୍ରତିଶତ । ଯାହାକି ଗତକାଲି ଥିଲା ୧.୩୪ ପ୍ରତିଶତ । ୨୪ ଘଣ୍ଟାରେ ୫୬ ହଜାର ୮୫୯ ଟେଷ୍ଟିଂ ହୋଇଛି । ଖୋର୍ଦ୍ଧାରୁ ସର୍ବାଧିକ ୩୮୩ ପଜିଟିଭ ଚିହ୍ନଟ ହୋଇଛନ୍ତି ।

କଟକରୁ ୧୩୨, ଜଗତସିଂହପୁରରୁ ୮୧ ରହିଛି କରୋନା କେସ୍‌ । ସବୁ ଜିିଲ୍ଲାରେ ୫ ପ୍ରତିଶତ ତଳେ ରହିଛି ସଂକ୍ରମଣ ହାର । ରାଜ୍ୟରେ ୧୧ ହଜାର ତଳେ ରହିଛି ଆକ୍ଟିଭ୍‌ କେସ୍‌ । ଏବେ ଆକ୍ଟିଭ୍‌ କେସ୍‌ ରହିଛି ୧୦ ହଜାର ୯୮୮ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.