ଗୋଟିଏ ଦିନରେ ସର୍ବାଧିକ ୧୭୩ ପଜିଟିଭ୍‌, ରାଜ୍ୟରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୨୭୮୧ରେ ପହଞ୍ଚିଲା

ଭୁବନେଶ୍ବର: ରାଜ୍ୟରେ ଆଉ ୧୭୩ କରୋନା ଆକ୍ରାନ୍ତ ଚିହ୍ନଟ । ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୭୮୧ରେ ପହଞ୍ଚିଲା । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି । ଏହି ୧୭୩ କରୋନା ଆକ୍ରାନ୍ତଙ୍କ ମଧ୍ୟରୁ ୧୫୦ଜଣ କ୍ୱାରେଣ୍ଟାଇନ ସେଣ୍ଟରରେ ଥିବାବେଳେ, ୨୩ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି । ତେବେ ରାଜ୍ୟରେ ଆଜି ଗୋଟିଏ ଦିନରେ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

corona new caseସମୁଦାୟ  ୧୪ଟି ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ଏହି ସବୁ ଆକ୍ରାନ୍ତ। ଏମାନଙ୍କ ଭିତରୁ ଯାଜପୁରରୁ ୧୯, ଖୋଦ୍ଧାରୁ ୯, ଝାରୁସୁଗୁଡାରୁ ୧,ନୟାଗଡରୁ ୭,କଟରୁ ୧୩, ମୟୁରଭଞ୍ଜରୁ ୧୩,ଭଦ୍ରକରୁ ୪,କଳାହାଣ୍ଡିରୁ ୨,ଗଞ୍ଜାମରୁ ୬୪, ଗଜପତିରୁ ୧୦, ବଲାଙ୍ଗିରରୁ ୧୧, ବାଲେଶ୍ବର ୧୧,ପୁରୀରୁ ୧ ଏବଂ ନୂଆପଡାରୁ ୮ଜଣ  ଚିହ୍ନଟ ହୋଇଛନ୍ତି । ଅନ୍ଯପଟେ ଏଯାଏ ରାଜ୍ଯରେ ୮ଜଣଙ୍କ ମୁଣ୍ଡ ନେଲାଣି ଏହି ମରାତ୍ମକ ଭାଇରସ୍ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.