ସମସ୍ତଙ୍କ ସାମ୍ନାରେ ସରକାରୀ ଅଧିକାରୀଙ୍କୁ ଚପଲ ମାରିଲେ ନେତା, ସଫେଇରେ କହିଲେ ଏମିତି କିଛି…

ଟିକ ଟକ ଷ୍ଟାର ତଥା ବିଜେପି ନେତା ସୋନାଲି ଫୋଗତଙ୍କୁ ନେଇ ପୁଣି ଥରେ ବିବାଦ ଘନେଇଛି । ନିଜ କାର୍ଯ୍ୟସ୍ଥଳ ଆଦମ ପୁରର ଏକ ମଣ୍ଡି ପରିଦର୍ଶନରେ ଯାଇଥିବା ବେଳେ ଜଣେ ଅଧିକାରୀଙ୍କୁ ଚପଲରେ ବାରମ୍ବାର ପିଟିଥିବା ନେଇ ତାଙ୍କ ବିରୋଧରେ ଅଭିଯୋଗ ଆସିଛି । ଖାଲି ଅଭିଯୋଗ ଆସିନି । ଏନେଇ ଏକ ଭିଡିଓଟି ବିଭିନ୍ନ ସୋସିଆଲ ମିଡ଼ିଆ ମାନଙ୍କରେ ଖୁବ ଭାଇରାଲ ହେବାରେ ଲାଗିଛି | କିନ୍ତୁ ଏଥର ସ୍ଥିତି କିଛିଟା ଭିନ୍ନ ରହିଛି । ଏଥର ତାଙ୍କ ଭିଡିଓ ଟିକୁ ସେ ନିଜେ ନୁହେଁ ଅନ୍ୟ ଜଣେ ସୁଟ କରିଛନ୍ତି । ସୁଟ ହେବା ପରେ ଭିଡିଓଟି ଖୁବ ଅଳ୍ପ ସମୟ ଭିତରେ ଭାଇରାଲ ହୋଇ ଯାଇଥିଲା । ଭିଡିଓ ଟିରେ ବର୍ବରତାର ସହ ସୋନାଲି ଚପଲରେ ସେହି କର୍ମଚାରୀ ଜଣଙ୍କୁ ପିଟୁଛନ୍ତି । ମାଡ଼ ଖାଉଥିବା ଅଧିକାରୀ ଜଣଙ୍କ ତାଙ୍କ ପାଖରେ ଯେତେ ନେହୁରା ହୋଇଥିଲେ ବି ତାଙ୍କର କୌଣସି କଥା ଶୁଣି ନାହାନ୍ତି ସୋନାଲି ।

sonali

ନିଜ ରାଗ ଉପରେ ନିୟନ୍ତ୍ରଣ ନରଖି ଚପଲରେ ମାଡ ପରେ ମାଡ଼ ମାରି ଚାଲିଛନ୍ତି ଏହି ଦଳୀୟ ନେତା । ଏହି ଘଟଣାଟି ପ୍ରକୃତରେ ଘଟିଛି ହରିୟାଣା ରାଜ୍ୟର ବା ଲସମନ୍ଦ ଗାଁରେ । ଜଣେ ଟିକ ଟକ ଷ୍ଟାରରୁ ବିଜେପି ନେତା ପାଲଟି ଥିବା ସୋନାଲିଙ୍କ ନାଁରେ ଏହି ଅଭିଯୋଗ ଆସିବା ପରେ ନିଜ ସଫେଇରେ ସେ କହିଛନ୍ତିକି, ଅଧିକାରୀ ଜଣଙ୍କ ତାଙ୍କ ପ୍ରତି ଅସଦାଚରଣ କରିବା ସହ ଅପଶବ୍ଦ ପ୍ରୟୋଗ କରିଥିବାରୁ ହିଁ ସେ ଆଉ କୌଣସି ଉପାୟ ନପାଇ ଏପରି ପଦକ୍ଷେପ ନେଇଥିଲେ । ସୋନାଲି ନିଜ ସଫେଇରେ ଏହା ବି କହିଛନ୍ତିକି, ସେ ନିଜ କ୍ଷେତ୍ର ଆଦମପୁର ଚାଷୀଙ୍କ ଭଲମନ୍ଦ ବୁଝିବା ପାଇଁ ଶସ୍ୟ ରଖାଯାଇଥିବା ଗୋଦାମକୁ ଯାଇଥିଲି । ସେଠାରେ ମାର୍କେଟ କମିଟି ସେକ୍ରେଟେରୀ ସୁଲତାନ ସିଂହଙ୍କୁ ମଧ୍ୟ ଡ଼କା ଯାଇଥିଲା । ସୋନାଲିଙ୍କ କହିବା ଅନୁଯାୟୀ ତାଙ୍କ ଦୁହିଁଙ୍କ ଭିତରେ କଥାବାର୍ତ୍ତା ଚାଲିଥିବା ସମୟରେ ହଠାତ ଅଧିକାରୀ ଜଣଙ୍କ ତାଙ୍କ ପ୍ରତି ଅଶାଳୀନ ବ୍ୟବହାର କରିବା ଆରମ୍ଭ କରିଥିଲେ ।

sonali

ଏହାର ପ୍ରତିବାଦ କରି ହିଁ ତାଙ୍କ ଉପରେ ହାତ ଉଠେଇ ଥିବା ନେଇ ନିଜ ସଫେଇରେ କହିଛନ୍ତି ସୋନାଲି । ଅନ୍ୟ ପକ୍ଷରେ ସୁଲତାନ ସିଂହ ନିଜ ସଫେଇରେ କହିଛନ୍ତିକି, ସୋନାଲି ଯାହା ସବୁ କହୁଥିଲେ ମୁଁ କେବଳ ସେଗୁଡିକୁ ନୋଟ କରୁଥିଲି । କିନ୍ତୁ କାହିଁକି ହଠାତ ଉତ୍କ୍ଷିପ୍ତ ହୋଇ ଏପରି କରିଛନ୍ତି ତାହା ସେ ଜାଣି ନାହାନ୍ତି । ଘଟଣାଟି ପରେ ସୁଲତାନ ସିଂହ, ସୋନାଲିଙ୍କ ବିରୋଧରେ ନିକଟସ୍ଥ ଥାନାରେ ଏକ କେସ ଦାୟର କରିଛନ୍ତି । ଏକ ରିପୋର୍ଟ ଅନୁଯାୟୀ, ପୂର୍ବରୁ ହିସାର ପୋଲିସ ଷ୍ଟେସନରେ ସୋନାଲୀଙ୍କ ବିରୋଧରେ ଏକ କେସ ରେଜିଷ୍ଟର ହୋଇଥିଲା । ଅନ୍ୟ ପକ୍ଷରେ, ଏହାକୁ ନେଇ ରାଜ୍ୟର ବିପକ୍ଷ ଦଳ ପକ୍ଷରୁ ବି ତୀବ୍ର ବିରୋଧ କରାଯାଇଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.