Below header

 କ୍ରିକେଟର ହରଭଜନ ସିଂହ ସେୟାର କଲେ ଫିଲ୍ମ ‘ଫ୍ରେଣ୍ଡସିପ’ର ପୋଷ୍ଟର, ଦମଦାର ଲୁକରେ ଆସିବେ ନଜର

ଭାରତୀୟ ଟିମ ଅଫ ସ୍ପିନର ଭାବେ ପରିଚିତ ହରଭଜନ ସିଂହ ଗତ ୪ ବର୍ଷରୁ ଭାରତୀୟ ଟିମ ପାଇଁ କୋୖଣସି ବି ମ୍ୟାଚ ଖେଳି ନାହାନ୍ତି। ଏହି କାରଣରୁ ସେ ଫିଲ୍ମ ଦୁନିଆରେ ହାତ ବଢ଼ାଇଛନ୍ତି। ହରଭଜନ ସୋସିଆଲ ମିଡିଆରେ ନିଜର ଡେବ୍ୟୁ ଫିଲ୍ମର ପୋଷ୍ଟର ସେୟାର କରିଛନ୍ତି। ଚଳିତ ବର୍ଷ ଏହି ଫିଲ୍ମ ଆସନ୍ତା ଅଗଷ୍ଟ ମାସରେ ରିଲିଜ ହେବ।

ଭାରତୀୟ କ୍ରିକେଟର ହରଭଜନ ସିଂହ ସୋସିଆଲ ମିଡିଆରେ ଏକ ଫିଲ୍ମର ପୋଷ୍ଟର ସେୟାର କରିଛନ୍ତି। ଏହି ପୋଷ୍ଟରରେ ସାଉଥ ସୁପରଷ୍ଟାର ଅର୍ଜୁନଙ୍କ ସହ ହରଭଜନ ସିଂହ ମଧ୍ୟ ନଜର ଆସିଛନ୍ତି। ଏହି ତାମିଲ ଫିଲ୍ମର ନାଁ ହେଉଛି ‘ଫ୍ରେଣ୍ଡସିପ’। ହରଭଜନଙ୍କ ପ୍ରଥମ ଫିଲ୍ମରେ ଜନ ପଲ ରାଜ ଏବଂ ଶ୍ୟାମ ସୂର୍ଯ୍ୟା ନିର୍ଦେଶନା ଦେଇଛନ୍ତି।

friendship

ହରଭଜନ ସିଂହଙ୍କ ଡେବ୍ୟୁ ‘ଫ୍ରେଣ୍ଡସିପ’ ଚଳିତ ବର୍ଷ ଅଗଷ୍ଟ ମାସରେ ରିଲିଜ ହେବ। ଫିଲ୍ମର ପୋଷ୍ଟର ସେୟାର କରିବା ସହ ହରଭଜନ ଲେଖିଛନ୍ତି, ‘ଫ୍ରେଣ୍ଡସିପ ମୁଭି’। ଏଥିସହ ସେ ଏକ ଭିଡ଼ିଓ କ୍ୟାମେରା ଭଳି ଏବଂ ଅନ୍ୟଟି ଚଷମା ପିନ୍ଧିଥିବାର ସ୍ମାଇଲ ଇମୋଜି ସେୟାର କରିଛନ୍ତି। ରିଲିଜ ହୋଇଥିବା ପୋଷ୍ଟରରେ ହରଭଜନ କିଛି ଭାବୁଥିବା କିମ୍ବା କାହାର କଥା ଶୁଣୁଥିବାର ନଜର ଆସୁଥିବା ବେଳେ ଅନ୍ୟପଟେ ଆକ୍ସନ କିଙ୍ଗ ଅର୍ଜୁନ ଆଗରେସିଭ ଲୁକରେ ନଜର ଆସିଛନ୍ତି।

ସୂଚନା ମୁତାବକ ହରଭଜନ ଟିମ ଇଣ୍ଡିଆ ପାଇଁ ୨୦୧୬ ମସିହାରେ ଶେଷ ଥର ପାଇଁ ଅନ୍ତରାଷ୍ଟ୍ରୀୟ ଟି୨୦ ମ୍ୟାଚ ଖେଳିଥିଲେ। ଗତ ୪ବର୍ଷ ହେବ ସେ ଭାରତୀୟ କ୍ରିକେଟ ପାଇଁ କୌଣସି ବି ସିରିଜ ଏବଂ ମ୍ୟାଚ ଖେଳିନାହାନ୍ତି। ଆଇପିଏଲ ରେ ମଧ୍ୟ ସେ ଚଳିତବର୍ଷ ଚେନ୍ନାଇ ସୁପର କିଂଗ ପକ୍ଷରୁ ଖେଳିଛନ୍ତି। କିନ୍ତୁ କରୋନା ଭାଇରସ ଭଳି ମାହାମାରୀ କାରଣରୁ ଚଳିତ ବର୍ଷ ଆଇପିଏଲ ସ୍ଥଗିତ କରାଯାଇଛି।

 

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.