ହ୍ଵାଟ୍ସଆପକୁ ଟକ୍କର ଦେବାପାଇଁ ଟେଲିଗ୍ରାମ ଏକାସାଙ୍ଗେ ଆଣିଲା ଅନେକ ଗୁଡିଏ ନୂଆ ଫିଚର୍ସ, ଏବେ ଭିଡିଓ ବି କରିପାରିବେ ଏଡ଼ିଟ

ଇନଷ୍ଟାଣ୍ଟ ମଲ୍ଟିମିଡ଼ିଆ ମେସେଜିଂ ଆପ୍ ଟେଲିଗ୍ରାମ ଏବଂ ହ୍ଵାଟ୍ସଆପ ମଧ୍ୟରେ ସିକ୍ୟୁରିଟିକୁ ନେଇ ଗତ କିଛିଦିନ ହେବି ଲଢେ଼ଇ ଜାରି ରହିଛି । ଯଦିଓ ହ୍ଵାଟ୍ସଆପ ବ୍ୟବହାରକାରୀଙ୍କ ସଂଖ୍ୟା ସବୁବେଳେ ଟେଲିଗ୍ରାମ ଠାରୁ ଅଧିକ କିନ୍ତୁ ସଂକ୍ରମଣ ବିସ୍ତାର ହେବା ପରେ ହଠାତ୍ ଟେଲିଗ୍ରାମ ୟୁଜର୍ସଙ୍କ ସଂଖ୍ୟା ବୃଦ୍ଧି ପାଇଥିବା ଦେଖିବାକୁ ମିଳିଛି ।

ଏହାର ସବୁଠାରୁ ବଡ କାରଣ ହେଉଛି ଭାରତ ସମେତ ବିଶ୍ଵର ସମସ୍ତ ସରକାର ପ୍ରଥମେ ଟେଲିଗ୍ରାମରେ ସଂକ୍ରମଣ ସମ୍ବନ୍ଧୀୟ ସୂଚନା ଦେବା ଆରମ୍ଭ କରିଥିଲେ । ଯଦିଓ ପରେ ହ୍ଵାଟ୍ସଆପ ଏବଂ ଫେସବୁକ୍ ମେସେଞ୍ଜରରେ ସଂକ୍ରମଣ ସହ ଜଡିତ ସୂଚନା ପରେ ଦିଆଯାଇଥିଲା ।

Telegram vs WhatsApp: The Basics - UC Today

ଗତ କିଛି ମାସ ମଧ୍ୟରେ ଟେଲିଗ୍ରାମ ଅନେକ ଅପଡେଟ ଜାରି କରିଛି । ବର୍ତ୍ତମାନ କମ୍ପାନୀ ଭିଡିଓ ଏଡିଟିଂ, ଚାଟ୍ ଫୋଲ୍ଡର ଏବଂ ଫାଷ୍ଟ ମିଡିଆ ଭ୍ୟୁ ପରି ନନେକ ଫିଚର ଜାରି କରିଛି । ଟେଲିଗ୍ରାମର ନୂତନ ଅପଡେଟରେ ଆପଣ ଆନିମେଟେଡ୍ ଷ୍ଟିକର୍ ଏବଂ ଟ୍ରେଣ୍ଡ୍ ଜିଫ୍ ଫାଇଲ୍ ମଧ୍ୟ ପାଇପାରିବେ । ନୂତନ ଅପଡେଟର ସବୁଠାରୁ ବଡ ଲାଭ ହେଉଛି ଯେ ଆପଣ ଚାଟିଂ ସହିତ ଭିଡିଓଗୁଡିକର ମଧ୍ୟ ବେଶିକ ଏଡିଟିଂ କରିପାରିବେ ।

ନୂତନ ଅପଡେଟ ପରେ ଭିଡିଓ କ୍ୱାଲିଟିକୁ ମଧ୍ୟ ଆଡଜଷ୍ଟ କରାଯାଇ ପାରିବ । ଏହା ବ୍ୟତୀତ, ଆପଣ ଫଟୋ ଏଡିଟିଂ ସମୟରେ ଆନିମେଟେଡ୍ ଷ୍ଟିକର୍ ବ୍ୟବହାର କରିପାରିବେ । ଏହାର ଅର୍ଥ ହେଉଛି ଯେ ଆପଣ ଯେକୌଣସି ସାଧାରଣ ଫଟୋକୁ ବି ଏକ ଜିଫ୍ ଫାଇଲରେ ପରିଣତ କରିପାରିବେ । ଟେଲିଗ୍ରାମ 6.0 ଭର୍ସନରେ, ଏକ ଚାଟ୍ ଫୋଲ୍ଡର୍ ମିଳିବ ଯେଉଁଥିରେ ଆପଣ ଯେକୌଣସି ଚାଟକୁ ମୁଭ କରିପାରିବେ । ଚାଟ୍ ଫୋଲ୍ଡର ପାଇଁ ଏକ ପପ୍ଅପ୍ ମେନୁ ମଧ୍ୟ ମିଳିବ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.