Below header

ରାଜ୍ୟରେ ଗତ ୨୪ ଘଣ୍ଟାରେ ୨ ହଜାର ୮୫ ପଜିଟିଭ୍‌ ଚିହ୍ନଟ, ୫୬ ଆକ୍ରାନ୍ତଙ୍କ ମୃତ୍ୟୁ

ଭୁବନେଶ୍ବର(କେନ୍ଯୁଜ୍): ପୁଣି ୨ ହଜାର ଉପରେ ଦୈନିକ ସଂକ୍ରମଣ । ରାଜ୍ୟରେ ଗତ ୨୪ ଘଣ୍ଟାରେ ଆଉ ୨ ହଜାର ୮୫ ପଜିଟିଭ୍‌ ଚିହ୍ନଟ । ଆଉ ୫୬ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଆଜି ପଜିଟିଭିଟି ରେଟ୍‌ ରହିଛି ୨.୯୫ ପ୍ରତିଶତ । ଯାହାକି ଗତକାଲି ଥିଲା ୨.୩୬ ପ୍ରତିଶତ ।

୨୪ ଘଣ୍ଟାରେ ୭୦ ହଜାର ୪୭୬ ଟେଷ୍ଟିଂ ହୋଇଛି । ଖୋର୍ଦ୍ଧାରୁ ସର୍ବାଧିକ ୫୨୮ ସଂକ୍ରମିତ ହୋଇଛନ୍ତି । କଟକରୁ ୨୧୦, ଯାଜପୁରରୁ ୧୩୨, ବାଲେଶ୍ୱରରୁ ୧୧୩ ଓ ଜଗତସିଂହପୁରରୁ ୧୦୮ ରହିଛି କରୋନା କେସ୍‌ । ରାଜ୍ୟରେ ଆକ୍ଟିଭ୍‌ କେସ୍‌ ରହିଛି ୨୦ ହଜାର ୧୬୮ । ୨୩ ଜିଲ୍ଲାରେ ୧୦୦ ତଳେ ରହିଛି ସଂକ୍ରମଣ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.