ପୁଣି ରେକର୍ଡ: ରାଜ୍ୟରେ ଗୋଟିଏ ଦିନରେ ୬୦ ହଜାର ଉପରେ କରୋନା ଟେଷ୍ଟ

ଭୁବନେଶ୍ୱର : ରାଜ୍ୟରେ ଗୋଟିଏ ଦିନରେ ୬୦ ହଜାର ଉପରେ କରୋନା ଟେଷ୍ଟ । ୨୪ ଘଣ୍ଟାରେ ରେକର୍ଡ ୬୧ ହଜାର ୩୭୯ ନମୁନା ପରୀକ୍ଷା କରାଯାଇଛି ।

୫୪ ହଜାର ୨୪୩ ଆଣ୍ଟିଜେନ୍‌, ୭ ହଜାର ୫୪ RTPCR ଓ ଟ୍ରୁନାଟ ମାଧ୍ୟମରେ ୮୨ଟି ନମୁନା ପରୀକ୍ଷା ହୋଇଛି । ଗଞ୍ଜାମରୁ ସର୍ବାଧିକ ୮ ହଜାର ୬୦୩ ଟେଷ୍ଟ କରାଯାଇଥିବା ବେଳେ କେନ୍ଦ୍ରାପଡ଼ାରୁ ୬ ହଜାର ୮୦୫ ଓ ମୟୂରଭଞ୍ଜରୁ ୫ ହଜାର ୫୬୬ ଟେଷ୍ଟିଂ ହୋଇଛି । ଗତ ୬ ଦିନ ଧରି ଦୈନିକ ୫୦ ହଜାରରୁ ଅଧିକ କରୋନା ପରୀକ୍ଷା କରାଯାଉଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.