IPL 2020 : ଏହି କାରଣ ଯୋଗୁଁ ଆଇପିଏଲ୍‌ ପ୍ରଥମ ପର୍ଯ୍ୟାୟ ମ୍ୟାଚ ଖେଳିବେନି ମଲିଙ୍ଗା

IPL ୨୦୨୦ ଖୁବଶୀଘ୍ର ଆରମ୍ଭ ହେବାକୁ ଯାଉଛି। ଏଥିପାଇଁ ତିନିଟି ଦଳ ୟୁଏଇରେ ପହଞ୍ଚିସାରିଲେଣି। ଆଇପିଏଲର ନୂଆ ସିଜନ ଆରମ୍ଭ ହେବା ପୂର୍ବରୁ ଚାମ୍ପିଅନ ମୁମ୍ବାଇ ଇଣ୍ଡିଆନକୁ ବଡ ଝଟକା ଲାଗିଛି। ଟିମ୍‌ର ମୁଖ୍ୟ ବୋଲର ତଥା ଶ୍ରୀଲାଙ୍କାର ଦ୍ରୁତ ବୋଲର ଲସିଥ ମଲିଙ୍ଗା ସିଜିନ ଆରମ୍ଭରୁ ମ୍ୟାଚ ଖେଳିପାରିବେ ନାହିଁ। କିଛି ବ୍ୟକ୍ତିଗତ କାରଣ ଯୋଗୁଁ ମଲିଙ୍ଗା ପ୍ରଥମ ପର୍ଯ୍ୟାୟରେ ହେବାକୁ ଥିବା ମ୍ୟାଚ ଖେଳିପାରିବେ ନାହିଁ କିମ୍ବା ୟୁଏଇ ଯିବେ ନାହିଁ।

ରିପୋର୍ଟ ମୁତାବକ, ଲିଗର ସବୁଠାରୁ ସଫଳ ବୋଲର ମଲିଙ୍ଗାଙ୍କ ବାପା ଗତ କିଛିଦିନ ହେଲାଣି ରୋଗାଗ୍ରସ୍ତ ଅଛନ୍ତି ତେଣୁ ମଲିଙ୍ଗା ତାଙ୍କ ସହିତ ସମୟ ବିତାଉଛନ୍ତି। ଆଗାମୀ ଦିନରେ ତାଙ୍କ ବାପାଙ୍କର ସର୍ଜରୀ ହୋଇପାରେ ବୋଲି ସେ ନିଜ ପରିବାର ସହିତ ସମୟ ବିତାଇବାକୁ ଚାହୁଁଛନ୍ତି।

plau

କିନ୍ତୁ ଟୁର୍ନାମେଣ୍ଟର ଶେଷ ଆଡକୁ ମଲିଙ୍ଗା ଟିମ୍‌ରେ ଯୋଗ ଦେଇପାରନ୍ତି। ମଲିଙ୍ଗାଙ୍କ ଅନୁପସ୍ଥିତିରେ ମୁମ୍ବାଇର ଇଣ୍ଡିଆନ୍ସ ଭାରତୀୟ ବୋଲର ଜସପ୍ରୀତ ବୁମରା ଉପରେ ନିର୍ଭର କରିବ। ମଲିଙ୍ଗା ଆଇପିଏଲ୍‌ ଇତିହାସରେ ସବୁଠାରୁ ସଫଳ ବୋଲର। ୨୦୦୯ରେ ଆଇପିଏଲର ଦ୍ୱିତୀୟ ସିଜନରେ ମୁମ୍ବାଇ ଇଣ୍ଡିଆନ୍ସରେ ଏଣ୍ଟ୍ରି କରିଥିଲେ। ସେ ଏପର୍ଯ୍ୟନ୍ତ ୧୨୨ଟି ମ୍ୟାଚରେ ୧୭୦ଟି ଉଇକେଟ ନେଇସାରିଲେଣି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.