Below header

ଫେଲ ମାରିଲା ଷଡଯନ୍ତ୍ର, ନୂଆଦିଲ୍ଲୀରେ ଗିରଫ ହେଲା ISIS ଆତଙ୍କବାଦୀ ଅବ୍ଦୁ ୟୁସୁଫ୍‌

ନୂଆଦିଲ୍ଲୀ: ଫେଲ ମାରିଲା ଆତଙ୍କବାଦୀଙ୍କ ଷଡଯନ୍ତ୍ର । ନୂଆଦିଲ୍ଲୀରେ ଗିରଫ ହେଲା ISIS ଆତଙ୍କୀ । ଗିରଫ ଆତଙ୍କବାଦୀ ନାଁ ଅବ୍ଦୁ ୟୁସୁଫ୍‌ । ତା ନିକଟରୁ ଆଇଡି ଓ ମାରଣାସ୍ତ୍ର ଜବତ ହୋଇଛି । ଅନ୍ୟ ଜଣେ ନୂଆଦିଲ୍ଲୀ ଧୌଲାକୂଆଁ ରିଙ୍ଗ ରୋଡ ନିକଟରେ ଆତଙ୍କବାଦୀ-ପୋଲିସ ଗୁଳିବିନିମୟ ହୋଇଥିଲା ।

ଏନକାଉଣ୍ଟରବେଳେ ଜଣେ ଆତଙ୍କବାଦୀ ଧରାପଡିଛି । ଦିଲ୍ଲୀ ପୋଲିସ ସ୍ୱତନ୍ତ୍ର ସେଲର ଅପରେସନ୍‌ ଜାରି ରହିଛି । ISIS ଆତଙ୍କବାଦୀମାନେ ଦିଲ୍ଲୀରେ କିଛି ବଡ ଧରଣର ଆକ୍ରମଣର ଯୋଜନା କରିଥିବାବେଳେ ଏହା ପଣ୍ଡ ହୋଇଛି । ଗତକାଲି ବିଳମ୍ବିତ ରାତିରୁ ଦିଲ୍ଲୀ ପୋଲିସର ସ୍ପେଶାଲ୍‌  ସେଲ୍‌ ଅପରେସନ୍‌ ଆରମ୍ଭ କରିଛି । ଆହୁରି ଅଧିକ ଆତଙ୍କବାଦୀ ଗିରଫ ହୋଇପାରନ୍ତି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.