ସୁଶାନ୍ତଙ୍କ ପୋଷ୍ଟମର୍ଟମ ରିପୋର୍ଟକୁ ନେଇ ପ୍ରଶ୍ନ ଉଠାଇଲେ AIIMS ଡାକ୍ତର ସୁଧୀର ଗୁପ୍ତା, କହିଲେ ଟାଇମ୍‌ କଲମ କ’ଣ ପାଇଁ ଖାଲି ଅଛି ?

ବଲିଉଡର ଲୋକପ୍ରିୟ କଳାକାର ସୁଶାନ୍ତ ସିଂହ ରାଜପୁତଙ୍କର ମୃତ୍ୟୁ ମାମଲାର ତଦନ୍ତ ପାଇଁ ସୁପ୍ରିମକୋର୍ଟ ସିବିଆଇକୁ ଅନୁମତି ଦେଇଛନ୍ତି । ଏବେ ସିବିଆଇ ସୁଶାନ୍ତଙ୍କ ମୃତ୍ୟୁର ରାଜ୍‌ ଖୁଲାସା କରିବାରେ ଲାଗିପଡିଛି। ତେବେ ମିଳିଥିବା ଖବର ଅନୁଯାୟୀ ସୁଶାନ୍ତଙ୍କ ମୃତ୍ୟୁ ସମୟରେ ତାଙ୍କ ଶରୀରରେ ଲାଗିଥିବା କ୍ଷତର ପ୍ୟାଟନକୁ ଏମ୍ସର ଫୋରେନ୍ସିକ ଟିମ୍‌ ଦ୍ୱାରା ବିଶ୍ଳେଷଣ କରାଯିବ । ଏନେଇ ଏମ୍ସକୁ ମେଡିକାଲରୁ ଲିଗାଲ ନୋଟିସ ଆଣିବା ପାଇଁ ସିବିଆଇ ସମ୍ପର୍କ କରିଛି ।

ତେବେ ସୁଶାନ୍ତଙ୍କ ଶରୀରେ ଲାଗିଥିବା କ୍ଷତ ଦାଗର ପ୍ୟାଟନକୁ ପୂର୍ବରୁ ମିଳିଥିବା  ପ୍ରମାଣ ସହିତ ଫରେନ୍ସିକ ଟିମ୍‌ ତୁଳନା କରିବେ ବୋଲି ଏମ୍ସର ଫରେନ୍ସିକ ବିଭାଗର ମୁଖ୍ୟ  ଡାକ୍ତର ସୁଧିର ଗୁପ୍ତା ସୂଚନା ଦେଇଛନ୍ତି । ସେହିପରି ଆତ୍ମହତ୍ୟା ଓ ହତ୍ୟା ମଧ୍ୟରେ ଅନ୍ତର ଜାଣିବା ପାଇଁ ଅଟୋପ୍ସିରେ ସଂରକ୍ଷିତ ଥିବା ପ୍ରମାଣକୁ ବିଶ୍ଳେଷଣ କରି ମୃତ୍ୟୁର ସଠିକ୍‌ କାରଣ ଖୋଜି ବାହାର କରିବେ  ।

ss

ସିବିଆଇ ଟିମ୍‌ ମୁମ୍ବାଇ ପୋଲିସ ଠାରୁ ସୁଶାନ୍ତଙ୍କ କେସ୍‌ ସହ ଜଡିତ ସମସ୍ତ ଦସ୍ତାବିଜ ଓ ରିର୍ପୋଟ ସଂଗ୍ରହ କଲା ପରେ ପ୍ରଥମେ ସୁଶାନ୍ତଙ୍କ କୁକ୍‌ ନିରଜକୁ ଜେରା କରିଥିଲା । ସିବିଆଇ ଟିମ୍‌ ନିରଜଙ୍କୁ ସୁଶାନ୍ତଙ୍କ ମୃତ୍ୟୁର କିଛି ସମୟ ପୂର୍ବରୁ ଥିବା ତାଙ୍କ ବ୍ୟବହାର ବିଷୟରେ ପଚାରିଥିଲେ ଓ କେସ୍‌ ସହ ଜଡିତ ଅନେକ ପ୍ରଶ୍ନ ପଚାରିଥିଲେ ।

4444

ଏହା ପରେ ସିବିଆଇ ଟିମ୍‌ ସୁପରିଟେଣ୍ଡଣ୍ଟଙ୍କ ନେତୃତ୍ୱରେ ବାନ୍ଦ୍ରା ପୋଲିସ ଷ୍ଟେସନ ପହଞ୍ଚିଥିଲେ । ଏବଂ ସେଠାରେ ଥିବା ଏଡିଆରରେ ଜଡିତ କେସ୍‌ ଫାଇଲ ,ପୋଷ୍ଟମର୍ଟମ ରିର୍ପୋଟ ଓ  ଅନ୍ୟାନ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜକୁ  ନିଜ ଅଧିନରେ ନେଇଥିଲେ । ସିବିଆଇ ଟିମ୍‌ ଜୋନ-୯ ର ଡିସିପି ଅଭିଷେକ ତ୍ରିମୁଖେ ସହିତ ମଧ୍ୟ ସାକ୍ଷାତ କରିଥିଲେ । ତେବେ ଖୁବ ଶୀଘ୍ର ସିବିଆଇ ଟିମ୍‌ ସୁଶାନ୍ତ ଆତ୍ମହତ୍ୟା କରିଥିବା ଫ୍ଲାଟକୁ ଯିବ ବୋଲି ସୂଚନା ମିଳିଛି । ସେଠାରେ ୧୪ ଜୁନର ଘଟଣାକୁ ପୁନଶ୍ଚ ଘଟାଇ ଟିମ ଦ୍ୱାରା ଡମିି ଟେଷ୍ଟ କରାଯିବ । ଅନ୍ୟପକ୍ଷରେ ସର୍ବ ପ୍ରଥମେ ଘଟଣା ସ୍ଥାନରେ ପହଞ୍ଚି ଥିବା ପୋଲିସ କର୍ମଚାରୀଙ୍କୁ ମଧ୍ୟ ସିବିଆଇ ଟିମ୍‌  ପଚରାଉଚରା କରିଥିଲେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.