Below header

ଦେଶରେ ପୁଣି ରେକର୍ଡ କଲା କରୋନା, ଗତ ୨୪ ଘଣ୍ଟା ଭିତରେ ୬୯ ହଜାର ୮୭୮ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ, ୯୪୫ ମୃତ

ଗତ ୨୪ ଘଣ୍ଟା ଭିତରେ ଅର୍ଥାତ ଗୋଟିଏ ଦିନକରେ କରୋନା ନେଲା ୯୪୫ ଜୀବନ। ଏହାକୁ ମିଶାଇ ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୫୫,୭୯୪ରେ ପହଁଞ୍ଚିଛି। ସେହିପରି ୨୪ ଘଣ୍ଟାରେ ଦେଶରେ ୬୯ ହଜାର ୮୭୮ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଆକ୍ରାନ୍ତଙ୍କ ସଂଖ୍ୟା ପାକହାପଖି ୩୦ ଲକ୍ଷରେ ପହଂଚିଛି । ପୁରା ଦେଖିବାକୁ ଗଲେ ଏହି ସଂଖ୍ୟା ୨୯ ଲକ୍ଷ ୭୫ ହଜାର ୭୦୨କୁ ବୃଦ୍ଧି ପାଇଛି । ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୫୫ ହଜାର ୭୯୪କୁ ବୃଦ୍ଧି ପାଇଛି। ଦେଶରେ କରୋନାରୁ ସୁସ୍ଥ ହୋଇଛନ୍ତି ୨୨ ଲକ୍ଷ ୨୨ ହଜାର ୫୭୮ । ଦେଶରେ ୬ ଲକ୍ଷ ୯୭ ହଜାର ୩୩୦ କରୋନା ଆକ୍ରାନ୍ତ ଚିକିତ୍ସାଧୀନ ଅଛନ୍ତି। ମହାରାଷ୍ଟ୍ର, ଦିଲ୍ଲୀ ଓ କର୍ଣ୍ଣାଟକରେ ସ୍ଥିତି ବିଗିଡିବାରେ ଲାଗିଛି। ସଂକ୍ରମିତଙ୍କ ତାଲିକାରେ ବିଦେଶୀ ନାଗରିକ ବି ସାମିଲ ଅଛନ୍ତି ।

ଭାରତୀୟ ଆୟୁର୍ବିଜ୍ଞାନ ସଂସ୍ଥାନ ବା ଆଇସିଏମଆର ଦ୍ୱାରା ଜାରି ହୋଇଥିବା ରିପୋର୍ଟ ଅନୁଯାୟୀ, ଦେଶ ବ୍ୟାପୀ ଅଗଷ୍ଟ ୨୧ ସୁଦ୍ଧା ୩୪,୪୯,୧୦୭୩
ନମୁନା ପରୀକ୍ଷଣ ସରିଲାଣି । କେବଳ ଶୁକ୍ରବାର ଦିନ ୧୦ ଲକ୍ଷ ୨୩ ହଜାର ୮୩୬ ନମୁନାର ଯାଞ୍ଚ ହୋଇଛି । ବିଶ୍ବ ସ୍ୱାସ୍ଥ୍ୟ ସଂଗଠନ ବା ଡବ୍ଲ୍ୟୁଏଚଓ ଦ୍ୱାରା ଜାରି ହୋଇଥିବା ତଥ୍ୟ ଅନୁଯାୟୀ, ୧୯୧୮ର ସ୍ପେନିସ ଫ୍ଲୁ ତୁଳନାରେ ଏହା କମ ସମୟ ପାଇଁ ରହିବ । ଡବ୍ଲ୍ୟୁଏଚଓ ପ୍ରମୁଖ ଟେଡ଼ରସଙ୍କ ଅନୁଯାୟୀ ଏହି ମହାମାରୀ ଆଗାମୀ ଦୁଇ ବର୍ଷ ମଧ୍ୟରେ ସମ୍ପୂର୍ଣ୍ଣ ଶେଷ ହୋଇଯାଇପାରେ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.