କୁମ୍ଭୀରକୁ ଶିକାର କଲା ଆନାକୋଣ୍ଡା, ଲୋକେ ଏମିତି ବଞ୍ଚାଇଲେ ଜୀବନ, ଦେଖନ୍ତୁ ଭିଡିଓ

ପ୍ରତିଦିନ ସୋସିଆଲ ମିଡିଆରେ ଆପଣ ଅନେକ ଜୀବଜନ୍ତୁଙ୍କ ଭିଡିଓ ଭାଇରଲ ହେଉଥିବା ନିଶ୍ଚିତ ଦେଖିଥିବେ। କେଉଁଠି ମାଙ୍କଡ ତ ଆଉ କେଉଁଠି ବାଘ, ସାପ, ବିଲେଇ କୁକୁର ଇତ୍ୟାଦି ଜୀବଙ୍କ ଭିଡିଓ ଭାଇରଲ ହେଉଛି। କିନ୍ତୁ କେବେ କୌଣସି ଶିକାରୀ ଶିକାର ହେବାର ଦେଖିଛନ୍ତି କି ? ଏମିତି ଦୁଇ ଜୀବଙ୍କ ଭୟଙ୍କର ଲଢେଇ ଏବେ ସୋସିଆଲ ମିଡିଆରେ ଭାଇରଲ ହେଉଛି, ଯାହା ଦେଖିଲେ ଆପଣଙ୍କ ହେସ୍‌ ମଧ୍ୟ ଉଡିଯିବ। ଏହି ଦୁହେଁ ଶିକାର କରିବାରେ କେହି କାହାଠୁ କମ୍‌ ନୁହେଁ। ଶିକାର କରିବାରେ ଦୁହେଁ ଧୁରନ୍ଧର।

ଦେଖନ୍ତୁ ଭିଡିଓକୁ, ଭିଡିଓରେ ଏକ ବଡ କୁମ୍ଭୀରକୁ ଜାବୁଡି ଧରିଛି ଆନାକୋଣ୍ଡା। କୁମ୍ଭୀରକୁ ଛାଡିବାକୁ ଅରାଜି। କୁମ୍ଭୀର ଚାରିପଡେ ଗୁଡାଇ ଗୁଡାଇ ହୋଇ ରହିଛି। ଆନାକୋଣ୍ଡା ଫାନ୍ଧରେ ପଡି କୁମ୍ଭୀର ମଧ୍ୟ ହଲଚଲ ହୋଇପାରୁନାହିଁ। ଏମିତି ସ୍ଥଳେ ଲୋକେ ଚେଷ୍ଟା କରୁଛନ୍ତି କିଭଳି ଆନାକୋଣ୍ଡା କବଳରୁ କୁମ୍ଭୀରକୁ ବଞ୍ଚାଇବେ। ଏହି ଭିଡିଓ ବ୍ରାଜିଲର ନେଣ୍ଟ ନେଗ୍ରା ଅଞ୍ଚଳର। ୨୩ ସେକେଣ୍ଡର ଏହି ଭିଡିଓ କ୍ଲିପରେ ଆନାକୋଣ୍ଡା କୁମ୍ଭୀରକୁ ଧୀରେ ଧୀରେ ଗିଳିବାକୁ ଚେଷ୍ଟା କରୁଛି। ଏହି ଭିଡିଓକୁ ଏପର୍ଯ୍ୟନ୍ତ ୧୬ ହଜାରରୁ ଅଧିକ ଭ୍ୟୁ ଏବଂ ୪୦୦ୁ ଅଧିକ ଲାଇକ୍ସ ମିଳିସାରିଲାଣି।

ଏହି ଭିଡିଓକୁ@manaus_pop ଟ୍ଵିଟର ପେଜରେ ସେୟାର କରିଛନ୍ତି। ଲୋକେ ଏହି ଭିଡିଓରେ ଆନାକୋଣ୍ଡାକୁ ରଶି ଲଗାଇ ଭିଡୁଛନ୍ତି କିନ୍ତୁ ସେ କୁମ୍ଭୀରକୁ ଛାଡିବାକୁ ଅରାଜି। ଏମିତି ଅନେକ କସରତ ପରେ କୁମ୍ଭୀରକୁ ଛାଡିଛି ଆନାକୋଣ୍ଡା। ରିପୋର୍ଟ ମୁତାବକ, ଏହି ଆନାକୋଣ୍ଡା ୬ ଫୁଟ ଲମ୍ବର ଥିଲା। ଲୋକ ଏହା ସହିତ ଫଟୋ ମଧ୍ୟ ଉଠାଇଛନ୍ତି।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.