Below header

କୂଅରୁ ୨ କିନ୍ନରଙ୍କ ସମତେ ଜଣଙ୍କ ମୃତଦେହ ଉଦ୍ଧାର, ୩ ଗିରଫ

ତାମିଲନାଡୁର ପଟାୟାମକୋଟାଇରେ ଦୁଇ ଟ୍ରାନ୍ସଜେଣ୍ଡରଙ୍କ ସମେତ ତିନି ଜଣଙ୍କୁ ଗଳା କାଟି ହତ୍ୟା କରାଯାଇଛି। ସୂଚନା ମୁତାବକ ଏହି ତିନିଜଣଙ୍କ ମୃତଦେହ ଏକ କୂଅରୁ ମିଳିଥିଲା। ଏଭଳି ଘଟଣା ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ହୋଇଥାଇ ପରେ ବୋଲି ପୋଲିସ ଆଶଙ୍କା କରିଛି। ଉକ୍ତ ଘଟଣାରେ ପୋଲିସ ତିନି ଜଣଙ୍କୁ ଗିରଫ ମଧ୍ଯ କରିଛି। ପୋଲିସ କହିବାନୁଯାୟୀ, ଯେତେବେଳେ ଏହି ମୃତଦେହ କୂଅରୁ ବାହାର କରାଯାଇଥିଲା ସେତେବେଳେ ସେମାନଙ୍କୁ ଏକ ଅଖା ଭିତରେ ଭର୍ତ୍ତି କରାଯାଇଥିଲା।

ପୋଲିସ ଏହି ତିନିଜଣଙ୍କ ପରିଚୟ ମଧ୍ଯ ପାଇସାରିଛି। ମୃତ୍ୟୁବରଣ କରିଥିବା ତିନି ଜଣ ହେଉଛନ୍ତି ଅନୁଷ୍କା (୩୫ ବର୍ଷ), ଭବାନୀ (୩୪ ବର୍ଷ) ଏବଂ ମୁରୁଗାନ୍ (୩୮ ବର୍ଷ) | ପୋଲିସ ସୂଚନା ଅନୁଯାୟୀ, ମୁରୁଗାନ ଉଭୟ ଅନୁଷ୍କା ଏବଂ ଭବାନୀଙ୍କୁ ବିବାହ କରିଥିଲେ। ସେମାନେ ଏକ ଶିଶୁ ଗ୍ରହଣ କରିବାକୁ ଚାହୁଁଛନ୍ତି ବୋଲି ପୋଲିସ ସୂଚନା ଦେଇଛି। ପିଲାଟିକୁ ଗ୍ରହଣ କରିବା ଉଦ୍ଦେଶ୍ୟରେ ତିନିଜଣ ସଲେମର ଋଷିକେଶଙ୍କୁ ଭେଟି ତାଙ୍କୁ ପାଞ୍ଚ ଲକ୍ଷ ଟଙ୍କା ଦେଇଥିଲେ। ତେବେ ଟଙ୍କା ନେବା ପରେ ଋଷିକେଶ ତାଙ୍କୁ ପିଲା ନ ଦେବା ପାଇଁ ଅଜବ ବାହାନା କରିବା ଆରମ୍ଭ କରିଥିଲେ, ତେଣୁ ଋଷିକେଶଙ୍କ ଉପରେ ଠକାମି ଅଭିଯୋଗ ହୋଇଥିଲା।

ପୋଲିସ କହିବାନୁଯାୟୀ ଏସବୁ ପରେ ମୁରୁଗାନ୍ ସୋସିଆଲ ମିଡିଆରେ ଋଷିକେଶଙ୍କ ଭଉଣୀଙ୍କ ବିରୋଧରେ ଅପମାନଜନକ ବାର୍ତ୍ତା ପଠାଇବା ଆରମ୍ଭ କରିଥିଲେ। ଏହି କାରଣରୁ ଋଷିକେଶ ଏବଂ ତାଙ୍କର ଦୁଇ ସାଥୀ ମୁରୁଗାନ ଏବଂ ତାଙ୍କର ଦୁଇ ଟ୍ରାନ୍ସଜେଣ୍ଡର ପତ୍ନୀଙ୍କୁ ହତ୍ୟା କରିଥିଲେ। ପରେ ସେମାନଙ୍କ ଶରୀରକୁ ଏକ ଅଖା ଭିତରେ ଗୁଡ଼ାଇ ରାଜପଥ ନିକଟ କୂଅରେ ଫିଙ୍ଗି ଦେଇଥିଲେ। ପରେ ମୃତ କିନ୍ନରଙ୍କ ବନ୍ଧୁମାନେ ଅନୁଷ୍କା ଏବଂ ଭବାନୀଙ୍କ ଖୋଜ୍ ଖବର ନପାଇବା ପରେ ପୋଲିସକୁ ଖବର ଦେଇଥିଲେ। ଖବର ପାଇ ପୋଲିସ ଉକ୍ତ କିନ୍ନରଙ୍କ ମୃତ ଦେହ ଏକ କୂଅରୁ ଉଦ୍ଧାର କରିଥିଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.