ଆପଣଙ୍କ ଦେହରେ ଓମିକ୍ରନ ଲକ୍ଷଣ ଦେଖିଲେ ଏହି ଖାଦ୍ୟ ଖାଇବା ଆରମ୍ଭ କରିଦିଅନ୍ତୁ

ଦେଶରେ ଓମିକ୍ରନ ଭାରିଏଣ୍ଟ ବଢ଼ିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ଓମିକ୍ରନ ରୋଗୀଙ୍କ ସଂଖ୍ୟା ୩ ଲକ୍ଷକୁ ପାର କରିଯାଇଛି । ଓମିକ୍ରନକୁ କମ କରିବାର ସବୁଠୁ ଭଲ ତରିକା ହେଉଛି ଟିକା ଗ୍ରହଣ କରିବା । ତେବେ ଟିକା ନେବା ପରେ ବି ଓମିକ୍ରନରୁ ନିଜକୁ ସୁରକ୍ଷା ଦେଇ ହେଉନି । ତେବେ ଯଦି ଆପଣ ଓମିକ୍ରନରେ ସଂକ୍ରମିତ ହୋଇଯାଆନ୍ତି,ସମସ୍ତଙ୍କର ଗୋଟିଏ ପ୍ରଶ୍ନ ଯେ କ’ଣ ଖାଇବା ଉଚିତ ଓ କ’ଣ ଖାଇବା ଉଚିତ୍‌ ନୁହେଁ । ଯଦି ଆପଣ ଓମିକ୍ରନରେ ସଂକ୍ରମିତ ହୋଇଥାନ୍ତି କେଉଁ ଖାଦ୍ୟ ଖାଇବା ଉଚିତ ଜାଣନ୍ତୁ ସେ ବିଷୟରେ ଜାଣନ୍ତୁ ।

ଦହି :  ଓମିକ୍ରନରେ ସଂକ୍ରମିତ ହେଲେ ଦହି ସେବନ କରିବା ସ୍ୱାସ୍ଥ୍ୟ ପାଇଁ ଉପକାରୀ ହୋଇଥାଏ । ଦହି ଖାଇବା ଦ୍ୱାରା ନରମ ଓ ଥଣ୍ଡା ହୋଇଥାଏ । ଯାହାଦ୍ୱାରା ଗଳାରେ କଷ୍ଟ ହୋଇନଥାଏ । ଏହାଛଡ଼ା ଦହି ପ୍ରୋଟିନରେ ଭରପୁର ହୋଇଥିବାରୁ ଭୋକ ମଧ୍ୟ କମ ଲାଗିଥାଏ । ତେବେ ଦହି ସେବନ କେବଳ ମଧ୍ୟାହ୍ନ ସମୟରେ କରିବା ଉଚିତ ।

ସୁପ :  ଗଳାକୁ ଆରାମ ଦେବା ସହ ଠିକ ପୋଷଣ ପାଇଁ ସବୁଠୁ ସହଜ ମିଲ ହେଉଛି ସୁପ୍‌ । ସୁପରେ ବହୁତ ଇଲୋକ୍ଟ୍ରୋଲାଇଟ ରହିଥାଏ । ଯାହାକୁ ସେବନ କରିବା ଦ୍ୱାରା ଦେହ ଭଲ ରହିଥାଏ । ଯଦି ଆପଣଙ୍କୁ ଅଧିକ ଭୋକ ଲାଗୁଥାଏ ତେବେ ଆପଣ ସୁପରେ ପରିବା ମଧ୍ୟ ପକାଇ ପାରିବେ । ଫଳରେ ଶରୀରକୁ ଅଧିକ ପୋଷକ ତତ୍ତ୍ୱ ମିଳିବ ଓ ସଂକ୍ରମଣରୁ ରକ୍ଷା କରିବ ।

ପତ୍ରଯୁକ୍ତ ପରିବା :  ଓମିକ୍ରନରେ ସଂକ୍ରମିତ ହେଲେ ଆପଣ ପତ୍ରଯୁକ୍ତ ପରିବା ଖାଇବା ଉଚିତ୍‌ । ଏହା ଶରୀର ପାଇଁ ବହୁତ ଲାଭକାରୀ ହୋଇଥାଏ । ଏଥିପାଇଁ ଆପଣ ପାଳଙ୍ଗ,ଶୋରିଷ, ବନ୍ଧାକୋବି, ଫୁଲ କୋବି, ମେଥି ଶାଗ ସେବନ କରିବା ଉଚିତ୍‌ । ଏହାକୁ ଖାଇବା ଦ୍ୱାରା ଆପଣଙ୍କ ଶରୀରକୁ ବହୁ ପୋଷକ ତତ୍ତ୍ୱ ମିଳିଥାଏ । ଏହା ଆପଣଙ୍କୁ ଓମିକ୍ରନ ସହ ଲଢ଼ିବା ପାଇଁ ସାହାଯ୍ୟ କରିଥାଏ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.