ଆଜି ଅପରାହ୍ନ ୨ଟା ୩୦ରେ ମୁଖ୍ୟ ସଚିବଙ୍କ ପ୍ରେସ ବାର୍ତ୍ତା, ଆସିବ ନୂଆ ଗାଇଡଲାଇନ୍‌

ଭୁବନେଶ୍ବର(କେନ୍ଯୁଜ୍): ଆସନ୍ତାକାଲି ଶେଷ ହେଉଛି ରାଜ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ଆଂଶିକ୍‌ ଲକଡାଉନ୍‌ । ଆଜି ଆସିବ ନୂଆ ଗାଇଡଲାଇନ୍‌। ଅପରାହ୍ନ ୨ଟା ୩୦ରେ ମୁଖ୍ୟ ସଚିବଙ୍କ ପ୍ରେସ ବାର୍ତ୍ତା। କରୋନା ସ୍ଥିତି ନେଇ ସୂଚନା ଦେବେ ମୁଖ୍ୟ ସଚିବ ସୁରେଶ ମହାପାତ୍ର। ଆଂଶିକ ଲକ୍‌ଡାଉନ୍‌ ଓ ଅନଲକ୍‌ ନେଇ ସୂଚନା ଦେଇପାରନ୍ତି ମୁଖ୍ୟ ଶାସନ ସଚିବ।

ଜୁଲାଇ ୧୬ରୁ ୩୧ ତାରିଖ ପର୍ଯ୍ୟନ୍ତ ଗାଇଡଲାଇନ୍‌ ଘୋଷଣା ହୋଇପାରେ। ଖୋର୍ଦ୍ଧା, କଟକ, ପୁରୀ ଓ ମୟୂରଭଞ୍ଜ କାଟାଗୋରୀ Bରେ ବଳବତ୍ତର ରହିପାରନ୍ତି। ତେବେ କଟକଣା ପୂର୍ବାପେକ୍ଷା କିଛି କୋହଳ ହୋଇପାରେ। ଆକ୍‌ଟିଭ୍‌ କେସ୍‌ ଓ ବର୍ତ୍ତମାନର TPRକୁ ନେଇ ନିଷ୍ପତ୍ତି ନିଆଯିବ। ନାଇଟ୍‌ କର୍ଫ୍ୟୁ ଅବଧି କେତେ ସମୟ ରହିବ ତା ଉପରେ ମଧ୍ୟ ନିଷ୍ପତ୍ତି ନିଆଯିବ। ଜିମ୍‌ ଖୋଲିବ କି ନାହିଁ ତା ଉପରେ ମଧ୍ୟ ବିଚାର କରିବେ ସରକାର।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.