ରାଜ୍ୟରେ କମୁଛିି ସଂକ୍ରମଣ ହାର: ଗତ ୨୪ ଘଣ୍ଟାରେ ୧ ହଜାର ୫୫୮ ପଜିଟିଭ୍‌ ଚିହ୍ନଟ, ୬୬ମୃତ

ଭୁବନେଶ୍ବର(କେନ୍ଯୁଜ୍): ରାଜ୍ୟରେ କମୁଛିି ସଂକ୍ରମଣ ହାର। ଗତ ୨୪ ଘଣ୍ଟାରେ ୧ ହଜାର ୫୫୮ ପଜିଟିଭ୍‌ ଚିହ୍ନଟ । ଆଉ ୬୬ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଆଜି ପଜିଟିଭିଟି ରେଟ୍‌ ରହିଛି ୨.୦୫ ପ୍ରତିଶତ । ଯାହାକି ଗତକାଲି ଥିଲା ୨.୦୯ ପ୍ରତିଶତ । ୨୪ ଘଣ୍ଟାରେ ୭୫ ହଜାର ୮୬୮ ଟେଷ୍ଟିଂ ହୋଇଛି । ଖୋର୍ଦ୍ଧାରୁ ସର୍ବାଧିକ ୪୭୯ ସଂକ୍ରମିତ ହୋଇଛନ୍ତି ।

କଟକରୁ ୨୪୧, ବାଲେଶ୍ୱରରୁ ୯୭ ଓ ପୁରୀରୁ ୮୨ ଓ ଅନୁଗୁଳରୁ ରହିଛି ୮୦ ନୂଆ କରୋନା କେସ୍‌ । ରାଜ୍ୟରେ ଆକ୍ଟିଭ୍‌ କେସ୍‌ ରହିଛି ୧୬ ହଜାର ୭୧୫। ୨୭ ଜିଲ୍ଲାରେ ୧୦୦ ତଳେ ରହିଛି ସଂକ୍ରମଣ। ରାଜ୍ୟରେ ବଢୁଛି ଗ୍ରୀନ୍‌ ଜୋନ୍‌ । ଏବେ ୨୮ ଜିଲ୍ଲା ଗ୍ରୀନ୍‌ ଜୋନରେ ରହିଛି । ରେଡ୍‌ ଜୋନରେ ଖୋର୍ଦ୍ଧା ଥିବାବେଳେ ୟେଲୋ ଜୋନରେ ରହିଛି କଟକ ଜିଲ୍ଲା।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.