ପ୍ରେମିକାଙ୍କୁ ପୋଡି ମାରିଦେବା ଘଟଣାର ତଦନ୍ତ ପାଇଁ ୨ଟି ଟିମ୍‌ ଗଠନ, ସିସିଟିଭି ଫୁଟେଜ ଓ ମୋବାଇଲ ଲୋକେସନ୍‌ ଉପରେ ଗୁରୁତ୍ୱ

ବ୍ରହ୍ମପୁର(କେନ୍ଯୁଜ୍): ଗଞ୍ଜାମରେ ପ୍ରେମିକାକୁ ଜିଅନ୍ତା ଜାଳିଦେବା ଘଟଣାରେ ବଢି ବଢି ଚାଲିଛି ସନ୍ଦେହ। ତଦନ୍ତ ପାଇଁ ଗଠନ କରାଯାଇଛି ଦୁଇଟି ଟିମ୍‌ । ଗୋଟିଏ ଟିମ ମୁଜାଗଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇ ତଦନ୍ତ ଚଳାଇଛି। ଅନ୍ୟ ଟିମ୍‌ ଅଭିଯୁକ୍ତ କୃଷ୍ଣଙ୍କ ପ୍ରତାପୁର ଘରକୁ ଯାଇ ତନାଘନା ଚଳାଇଛି। ସିସିଟିଭି ଫୁଟେଜ ଓ ମୋବାଇଲ ଲୋକେସନ୍‌ ଉପରେ ଗୁରୁତ୍ୱ ଦେଉଛି ପୋଲିସ।

ଘଟଣା ପୂର୍ବରୁ କୃଷ୍ଣଚନ୍ଦ୍ର କେଉଁ ଅ଼ଚଳରେ ଥିଲେ ତାଙ୍କ ମୋବାଇଲ୍‌ ଲୋକେସନ୍‌ର ମଧ୍ୟ ଯାଞ୍ଚ ଚାଲିଛି। କୃଷ୍ଣ ପୁରୁଷୋତ୍ତମପୁର ଅ଼ଞ୍ଚଳର ଏହ ଦୋକାନରେ ବସିଥିବା ସିସିଟିଭି ଫୁଟେଜ ପୋଲିସକୁ ମିଳିଛି। ଶୁଭସ୍ମିତା ମୁଜାଗଡ଼ ପ୍ରାଥମିକ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଲ୍ୟାବ ଆସିଷ୍ଟାଣ୍ଡ ଥିବାରୁ କାଳେ ସେଠାରୁ ସ୍ପିରିଟ୍‌ ଆଣିଥିଲେ ନା କୃଷ୍ଣ କେଉଁଠାରୁ ଆଣିଥିଲେ ସେ ନେଇ ମଧ୍ୟ ଜୋରଦାର ଚାଲିଛି ତଦନ୍ତ।

ଅଭିଯୁକ୍ତ କୃଷ୍ଣଚନ୍ଦ୍ର ସାହୁଙ୍କୁ ପଚରାଉଚରା ଜାରି ରହିଛି। ହେଲେ ଘଟଣାର ୨ ଦିନ ପରେ ବି କୋର୍ଟ ଚାଲାଣ କରାଯାଇପାରୁନି। ଏକତରଫା ପ୍ରେମ ଓ ଅପହରଣ ପରେ ଯୁବତୀଙ୍କୁ ହତ୍ୟା କରାଯାଇଥିବା ତାଙ୍କ ବାପା ପୁରୁଷୋତ୍ତମପୁର ଥାନାରେ ଏତଲା ଦେଇଛନ୍ତି। ଅନ୍ୟପଟେ କୃଷ୍ଣ ନିଜ ବୟାନରେ କହିଛନ୍ତି ଯେ, ସେ ତାଙ୍କ ପ୍ରେମିକାକୁ ପୋଡି ମାରିନାହାଁନ୍ତି କିମ୍ବା ଘଟଣା ବିଷୟରେ ସେ ଆଦୌ ଜାଣିନାହାଁନ୍ତି। କାହା ବୟାନରେ ତାଳମେଳ ରହୁନଥିବାରୁ ଆତ୍ମାହୁତି ନା ହତ୍ୟା ନେଇ ବଢୁଛି ପୋଲିସର ସନ୍ଦେହ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.