Below header

ଆଜିଠୁ ଦେଶରେ ଖୋଲୁଛି ଧାର୍ମିକ ଅନୁଷ୍ଠାନ, ମଲ୍‌ ଓ ରେଷ୍ଟୁରାଣ୍ଟ : କଟକଣା ଭିତରେ ସବୁ ଗାଇଡ୍‌ ଲାଇନ୍‌ ପାଳନ କରିବାକୁ ନିର୍ଦ୍ଦେଶ

ଭୁବନେଶ୍ବର : ଦୀର୍ଘ ଅଢେଇ ମାସ ଧରି ବନ୍ଦ ରହିବା ପରେ ଆଜିଠୁ ଦେଶରେ ଖୋଲୁଛି ସମସ୍ତ ଧାର୍ମିକ ଅନୁଷ୍ଠାନ। ଏହା ସହିତ ଖୋଲୁଛି ମଲ୍‌ ଓ ରେଷ୍ଟୁରାଣ୍ଟ । ଅନେକ କଟକଣା ଭିତରେ ଧର୍ମାନୁଷ୍ଠାନ ଖୋଲା ଯାଇଥିବା ବେଳେ କେନ୍ଦ୍ରର ସମସ୍ତ ଗାଇଡ୍‌ ଲାଇନ୍‌ ପାଳନ କରି ଭିରକୁ ଯିବେ ଶ୍ରଦ୍ଧାଳୁ । ଅନ୍ଯପଟେ କଣ୍ଟେନମେଣ୍ଟ ଜୋନ୍‌ ରେ ଥିବା ଧାର୍ମିକ ଅନୁଷ୍ଠାନ ବନ୍ଦ ରହିବ ।

ତେବେ ଭକ୍ତଙ୍କ ପ୍ରବେଶ ପୂର୍ବରୁ ଧାର୍ମିକ ଅନୁଷ୍ଠାନ ଗୁଡ଼ିକୁ ସାନିଟାଇଜ୍‌ କରାଯାଇଛି । ସେହିଭଳି ମଲ୍‌ ଆଉ ରେଷ୍ଟୁରାଣ୍ଟ ମଧ୍ଯ ଖୋଲୁଛି । ରେଷ୍ଟୁରାଣ୍ଟରେ ଖାଇବା ଅପେକ୍ଷା ପାର୍ସଲ ନେବା ପାଇଁ ଅଧିକ ଗୁରୁତ୍ୱ ଦିଆଯିବ । ସାମାଜିକ ଦୂରତା ପାଇଁ ୬ ଫୁଟ ବ୍ୟବଧାନ, ଫେସ୍‌ ମାସ୍କ ବାଧ୍ୟତାମୂଳକ ରହିଛି । ପ୍ରବେଶ ବେଳେ ଗ୍ରାହକଙ୍କ ଥର୍ମାଲ ସ୍କ୍ରିନିଂ ହେବ ।

ସ୍କ୍ରିନିଂ ପରେ କରୋନା ଲକ୍ଷଣ ନଥିବା ଲୋକଙ୍କୁ ହିଁ କେବଳ ରେଷ୍ଟୁରାଣ୍ଟ ଭିତରକୁ ଯିବାକୁ ଅନୁମତି ମିଳିବ । ଗ୍ରାହକଙ୍କ ପାଇଁ ପ୍ରବେଶ ଆଉ ପ୍ରସ୍ଥାନ ଦ୍ୱାର ଅଲଗା ରହିବ । ମଲ୍‌ ପାଇଁ ବି ଜାରି ହୋଇଛି ଏସଓପି । ଅନ୍ଯପଟେ ଆଜିଠୁ ରାଜଧାନୀ ଦିଲ୍ଲୀର ସିଲ୍‌ ହୋଇଥିବା ସୀମା ଖୋଲିବାକୁ କେଜ୍ରିଓ୍ଵାଲ ସରକାରଙ୍କ ପକ୍ଷରୁ ଅନୁମତି ମିଳିଛି ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.